
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛାତ୍ରୀଙ୍କୁ କମେଣ୍ଟମରାକୁ ନେଇ କିଟ୍ ବିଶ୍ୱବିଦ୍ୟାଳୟରେ ଗତକାଲି ଛାତ୍ରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ବଡ଼ ଧରଣର ସଂଘର୍ଷ ଘଟିଛି। ଏଥିରେ ଦୁଇ ଗୋଷ୍ଠୀର ୧୪ ଛାତ୍ର ଆହତ ହୋଇଛନ୍ତି। ଭୁବନେଶ୍ୱର ପୁଲିସ କମିଶନରେଟ୍ ୨ଟି ମାମଲା ରୁଜୁ କରି ୫ ଜଣ ଛାତ୍ରଙ୍କୁ ଅଟକ ରଖିଛି। ଏଥିସହ ଶୃଙ୍ଖଳା ରକ୍ଷା ଲାଗି କିଟ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।
କିଛି ଦିନ ତଳେ କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଭତ୍ତେଜନା ସୃଷ୍ଟି ହୋଇଥିଲା। ତେବେ କିଟ୍ କର୍ତ୍ତୃପକ୍ଷ ମାମଲାର ଆପୋସ ସମାଧାନ ନିମନ୍ତେ କୌଣସି ପ୍ରୟାସ କରିନଥିଲେ ବୋଲି ଅଭିଯୋଗ ହୋଇଛି। ଫଳରେ ଗତକାଲି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। କଳମ ବଦଳରେ ହାତରେ ଇଟା, ପଥର, ବାଉଁଶ ଧରି ଛାତ୍ର ପିଟୁଥିଲେ ଅନ୍ୟ ଛାତ୍ରଙ୍କୁ।
ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଏଭଳି ଗଣ୍ଡଗୋଳ ଯୋଗୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଇଟା-ପଥର ମାଡ଼ରେ କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ସଂଘର୍ଷ ପରେ ଆହତ ଛାତ୍ରଙ୍କ ମୃତ୍ୟୁକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ଯାହାକୁ କେନ୍ଦ୍ର କରି ଗଣ୍ଡଗୋଳ ଆହୁରି ବଢ଼ିବା ଆଶଙ୍କା କରି କର୍ତ୍ତୃପକ୍ଷ ଦୁଇଟି ହଷ୍ଟେଲକୁ ଖାଲି କରିଦେଇଛନ୍ତି। ସିସିଟିଭି ଫୁଟେଜର ଯାଞ୍ଚ କରାଯାଇ ଦୋଷୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଇପାରେ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।
ସେପଟେ ଏହି ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ। ଦୁଇଟି ହଷ୍ଟେଲ ପାଖାପାଖି ଥିବାରୁ ଉଭୟ ହଷ୍ଟେଲକୁ ଖାଲି କରାଯାଇଛି। ତେବେ ବିଶ୍ୱବିଦ୍ୟାଳୟରେ ସାଇନେ ଡାଏ ଘୋଷଣା କରାଯାଇ ନାହିଁ ବୋଲି କୁହାଯାଇଛି।
from Odisha Reporter https://ift.tt/2AlfU0a
No comments:
Post a Comment