ଅପରାଜିତାଙ୍କ ରାଜନୀତିରେ ଏଣ୍ଟ୍ରି ଚର୍ଚ୍ଚାକୁ ନେଇ ବିଜେଡିରେ କମ୍ପନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ଅପରାଜିତାଙ୍କ ରାଜନୀତିରେ ଏଣ୍ଟ୍ରି ଚର୍ଚ୍ଚାକୁ ନେଇ ବିଜେଡିରେ କମ୍ପନ

cartoon

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଅପରାଜିତା ଷଡ଼ଙ୍ଗୀଙ୍କ ରାଜନୀତିରେ ଏଣ୍ଟ୍ରିକୁ ନେଇ ଏବେ ବିଜେଡି ବିଚଳିତ ହୋଇପଡ଼ିଛି ବୋଲି ଚର୍ଚ୍ଚା।ଶୁଣିବାକୁ ମିଳୁଛି, ଅପରାଜିତା ରାଜନୀତିରେ ଏଣ୍ଟ୍ରି ମାରିବେ ଓ ବିଜେପି କୁଆଡ଼େ ତାଙ୍କୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିବ। ଆହୁରି ବି ଚର୍ଚ୍ଚା ଚାଲିଛି ଯେ ଅପରାଜିତା କୁଆଡ଼େ ରାଜନୀତିରେ ଆସିବେନି ବରଂ ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଶୀର୍ଷ ପଦବୀରେ ଯୋଗ ଦେବେ ବୋଲି ନିଜର ସ୍ୱେଚ୍ଛାକୃତ ଅବସର ଆବେଦନ ପତ୍ର ଦେବାବେଳେ ମୁଖ୍ୟ ସଚିବଙ୍କୁ କହିଥିଲେ।

ଏସବୁ ଚର୍ଚ୍ଚା ଭିତରେ କିନ୍ତୁ ନଭେମ୍ବର ୧୬ତାରିଖ ରାତି ୧୧ଟା ୪୬ମିନିଟରେ ଅପରାଜିତାଙ୍କ ଟ୍ୱିଟ୍ ହିଁ ବିଜେଡିର ଚିନ୍ତା ବଢ଼ାଇ ଦେଇଛି। ଏହି ଟ୍ୱିଟ୍ ମାଧ୍ୟମରେ ହିଁ ଅପରାଜିତାଙ୍କ ପାୱାର କେତେ ତା’ର ଆଭାସ କୁଆଡ଼େ ବିଜେଡି ଏବେଠୁ ପାଇସାରିଲାଣି। ଚର୍ଚ୍ଚା ହେଉଛି, ଅପରାଜିତା ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ପରେ କୁଆଡ଼େ ତାଙ୍କ ସହ ତୃତୀୟ ମହଲା ପକ୍ଷରୁ ଯୋଗାଯୋଗ ହୋଇଥିଲା। କିନ୍ତୁ ତୃତୀୟ ମହଲାର ଡିଲକୁ କୁଆଡ଼େ ଅପରାଜିତା ଗ୍ରହଣ କରିନଥିଲେ। ଆଉ ଆବେଦନର ଦୁଇମାସ ପରେ ଅର୍ଥାତ୍ ନଭେମ୍ବର ୧୪ତାରିଖରେ ଅପରାଜିତାଙ୍କ ଅବସର ନେଇ କୌଣସି ପ୍ରତିବନ୍ଧକ ନଥିବା ବିଷୟରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ରାଜ୍ୟ ସରକାର ବିଧିବଦ୍ଧ ଅବଗତ କଲେ। ଆଉ ଏହି ଚିଠିର ୪୮ ଘଣ୍ଟା ଭିତରେ ହିଁ କେନ୍ଦ୍ର ସରକାର ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ କରିନେଲେ।

କେନ୍ଦ୍ରୀୟ ଡେପୁଟେସନ ସରୁସରୁ ସର୍ବଭାରତୀୟ ସେବାରୁ ଅବସର ନେବା ପାଇଁ ଆବେଦନ କରିବା ଓ ଏହା ଉପରେ ନିଷ୍ପତ୍ତିର ପ୍ରକ୍ରିୟା ଯେ କେତେ ଲମ୍ବା ତାହା ସର୍ବଭାରତୀୟ ସେବା ଅଫିସରମାନେ ଜାଣନ୍ତି। ଆଉ ସେହି କାରଣରୁ ଅପରାଜିତାଙ୍କ କେନ୍ଦ୍ର ସରକାରରେ ଦବଦବାକୁ ନେଇ ଆଇଏଏସ ମହଲରେ ଚର୍ଚ୍ଚା ଲାଗି ରହିଛି। କାରଣ ଆବେଦନ ଉପରେ ରାଜ୍ୟ ସରକାର ଗ୍ରୀନ୍ ସିଗନାଲ ଦେବା ପରେ ସିବିଆଇ ଓ ସିଭିସି କ୍ଲିଅରାନ୍ସ, କ୍ୟାବିନେଟ୍ ସେକେଟ୍ରୋରୀଙ୍କ ମଞ୍ଜୁରୀ ଓ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ ଭଳି ପ୍ରକ୍ରିୟାକୁ ମାତ୍ର ୪୮ଘଣ୍ଟା ଭିତରେ ଅପରାଜିତା ହାସଲ କରିନେଇଥିଲେ।

ଏଥିରୁ ହିଁ ଅପରାଜିିତାଙ୍କ ପାଇଁ କେନ୍ଦ୍ରର ମୋଦି ସରକାର କେତେ ତତ୍ପର ତା’ର ଆଭାସ ମିଳିଛି।ଯାହା ତୃତୀୟ ମହଲାକୁ ଚିନ୍ତାରେ ପକାଇଛି। କାରଣ ୨୦୦୩-୦୬ ପର୍ଯ୍ୟନ୍ତ ସଫଳ ‘ମିଶନ ଶକ୍ତି ନିର୍ଦ୍ଦେଶକ’ ଭାବେ ମହିଳା ଏସଏଚଜି ଗଠନ କରି ଘରେଘରେ ପରିଚିତ ଥିବା ଅପରାଜିତା ୨୦୦୬-୦୯ ପର୍ଯ୍ୟନ୍ତ ଭୁବନେଶ୍ୱର ମହନଗର ନିଗମ କମିଶନର ରହି ସହରର ସୌନ୍ଦର୍ଯ୍ୟକରଣ (ଭେଣ୍ଡିଂ ଜୋନ୍ ହିଁ ଅପରାଜିତାଙ୍କ ମାନସସନ୍ତାନ) କରି ଲୋକପ୍ରିୟ ହୋଇପାରିଥିଲେ।

ଗଣଶିକ୍ଷା ସଚିବ ଥିବାବେଳେ ଶିକ୍ଷୟିତ୍ରୀଙ୍କ ପାଇଁ ୟୁନିଫର୍ମ, ଅଭିଭାବକଙ୍କ ପାଇଁ ହେଲପଲାଇନ ନମ୍ବର ଏବଂ ପଞ୍ଚାୟତିରାଜ ସଚିବ ଥିବାବେଳେ ବିଡିଓ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଭୁବନେଶ୍ୱର ଆସିବା ଉପରେ କଟକଣା ଜାରି ରହି ଅପରାଜିତା ରାଜ୍ୟର ଘରେଘରେ ଏକ ପରିଚିତ ନାଁ ପାଲଟିଛନ୍ତି। ଜଣେ ଦକ୍ଷ ମହିଳା ପ୍ରଶାସକ ଭାବେ ନିଜର ଭାବମୂର୍ତ୍ତି ସୃଷ୍ଟି କରିଥିବା ଅପରାଜିତା କାଳେ ବିଜେପିରେ ସାମିଲ ହେଲେ ବିଜେଡିର ଭୋଟବ୍ୟାଙ୍କ୍ କମିବ ସେହି କାରଣରୁ ସେ ଭୁବନେଶ୍ୱର ମହାନଗର କମିଶନର ଥିବାବେଳେ ଭେଣ୍ଡିଂ ଜୋନ୍ ଓ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନରେ ଦୁର୍ନୀତି ହୋଇଥିବାର ଏକ ପୁରୁଣା ଫାଇଲକୁ ଏବେ ନିର୍ଦ୍ଦିଷ୍ଟ ପ୍ରୟୋଜିତ ଗଣମାଧ୍ୟମ ମାଧ୍ୟମରେ ଚର୍ଚ୍ଚାକୁ ଆଣିବାକୁ କୁଆଡ଼େ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ବିଜେପିରେ ମିଶିବା ବେଳକୁ ସେ ଯେପରି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରର ଆଖ୍ୟା ମୁଣ୍ଡାଇଥିବେ ସେଭଳି ପୃଷ୍ଠଭୂମି ପ୍ରସ୍ତୁତ କରିବା କାର୍ଯ୍ୟରେ ଏବେ ବିଜେଡି ଲାଗିପଡ଼ିଛି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2Q574gJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages