
ଉଦଳା (ଓଡ଼ିଶା ରିପୋର୍ଟର):ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ପାତାସାହି ଗାଁରେ ଜଣେ ଯୁବକଙ୍କୁ ପଥରେ ଛେଚି ହତ୍ୟା କରାଯାଇଛି। ପ୍ରଥମେ ଯୁବକଙ୍କ ତ ଚିପା ଯାଇଥିବା ବେଳେ ପରେ ପଥରରେ ଛେଚି ହତ୍ୟା କରାଯାଇଥଇବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ଜଗନ୍ନାଥ ଖଣ୍ଡୁଆଳ।
ସୂଚନା ଅନୁସାରେ, ଗତକାଲି ରାତିରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଗନ୍ନାଥଙ୍କୁ ତାଙ୍କର ୪ ଜଣ ପଡ଼ୋଶୀ ତାଙ୍କ ଘରେ ପଶି ଆକ୍ରମଣ କରିଥିଲେ। ଜଗନ୍ନାଥଙ୍କୁ ପଥରରେ ଛେଚିବା ସହିତ ଏକ ଲୁଗାରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏନେଇ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ୪ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛନ୍ତି।
from Odisha Reporter https://ift.tt/2FG0klO
No comments:
Post a Comment