ବିଶ୍ୱକପ୍ ହକି ଆଳରେ ଅଣଓଡ଼ିଆ ଅଫିସରଙ୍କ ମଉଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ବିଶ୍ୱକପ୍ ହକି ଆଳରେ ଅଣଓଡ଼ିଆ ଅଫିସରଙ୍କ ମଉଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି ପ୍ରତିଯୋଗିତା ଏବେ ୧୦ରୁ ଅଧିକ ଅଣଓଡ଼ିଆ ଆଇଏଏସ ଅଫିସରଙ୍କ ପାଇଁ ପୁଷମାସ ପାଲଟିଛି। ଏହି ଅଫିସରମାନେ କୁଆଡ଼େ ସରକାରୀ ପାଣ୍ଠିରେ ନିଜର ସମ୍ପର୍କୀୟମାନଙ୍କୁ ଓଡ଼ିଶା ଡକାଇ ଉଭୟ ବିଶ୍ୱକପ୍ ହକି ସହ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲାଇବାରେ ଲାଗିଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଭୁବନେଶ୍ୱରରେ ଉଦଘାଟନୀ ଉତ୍ସବରେ ୧୫ହଜାର ଦର୍ଶକ ବସିବା ପାଇଁ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ହାତଗଣତି ଟିକେଟ୍ କୁଆଡ଼େ ଅଫଲାଇନରେ ବିକ୍ରି ହୋଇଥିଲା। ତା’ପୁଣି କଳାବଜାରୀରେ। ଅନ୍ୟ ସମସ୍ତ ଟିକେଟକୁ ଦାୟିତ୍ୱରେ ଥିବା ଓଡ଼ିଶା ସରକାରଙ୍କ ପ୍ରଶାସନିକ ଅଫିସରମାନେ ମନଇଚ୍ଛା ବଣ୍ଟନ କରିଥିଲେ।ବିଶ୍ୱକପ୍ ହକି ଆନୁଷ୍ଠାନିକ ଭାବେ ୨୮ତାରିଖରୁ ଆରମ୍ଭ ହୋଇଥିବାବେଳେ ଉଦଘାଟନୀ ଉତ୍ସବର ଟିକେଟ ଓ ପାସ ବିତରଣ ବ୍ୟବସ୍ଥା ସହ ହକି ଇଣ୍ଡିଆ କିମ୍ବା ଆନ୍ତର୍ଜାତିକ ହକି ଫେଡେରେସନର କୌଣସି ସମ୍ପର୍କ ନଥିଲା।

ଏହି ଆଳରେ ଅଣଓଡ଼ିଆ ପ୍ରଶାସନିକ ଅଫିସରମାନେ ବାହାର ରାଜ୍ୟରେ ଥିବା ନିଜର ସମ୍ପର୍କୀୟମାନଙ୍କୁ ଓଡ଼ିଶା ଆମନ୍ତ୍ରଣ କରି ସେମାନଙ୍କୁ କୁଆଡ଼େ ସରକାରୀ ଖର୍ଚ୍ଚରେ ହକି ଅଫିସିଆଲଙ୍କ ନାଁରେ ତାରକା ହୋଟେଲରେ ରହିବା ଓ ସମସ୍ତ ପ୍ରକାରର ରାଜକୀୟ ସୁବିଧା ପ୍ରଦାନ କରିଛନ୍ତି। ଜଣେ ନିର୍ଦ୍ଦେଶକ ପାହ୍ୟା ଅଣଓଡ଼ିଆ ଅଫିସର କୁଆଡ଼େ ନିଜର ୨୨ଜଣ ସମ୍ପର୍କୀୟଙ୍କୁ ଡକାଇ ସେମାନଙ୍କୁ ଆତିଥ୍ୟ ପ୍ରଦାନ କରିଛନ୍ତି। ସେ ମୁଖିଆ ଥିବା ଏକ ଲାଭଜନକ ପିଏସୟୁ କୁଆଡ଼େ ତାଙ୍କ ଅତିଥିମାନଙ୍କ ସମସ୍ତ ଟିକିନିଖି ଖର୍ଚ୍ଚ ତୁଲାଉଛି।

ଚର୍ଚ୍ଚା ହେଉଛି, ରାଜଧାନୀର ସମସ୍ତ ପ୍ରମୁଖ ତାରକା ହୋଟେଲଗୁଡ଼ିକୁ କୁଆଡ଼େ ହକି ମ୍ୟାଚ୍ ପାଇଁ ସରକାର ବୁକ୍ କରିଛନ୍ତି ଓ ଅନ୍ୟମାନେ ଏହି ହୋଟେଲରେ ରୁମ୍ ପାଇବା ସମ୍ଭବପର ନୁହେଁ। ମାତ୍ର ଏସବୁ ହୋଟେଲରେ ସମ୍ପୃକ୍ତ ଅଣଓଡ଼ିଆ ଅଫିସରମାନଙ୍କ ସମ୍ପର୍କୀୟମାନେ ବିନ୍ଦାସ ରହିଛନ୍ତି। କେବଳ ସେତିକି ନୁହେଁ, ଭୁବନେଶ୍ୱରରେ ବିଶ୍ୱକପ୍ ହକି ଉଦଘାଟନୀ ମ୍ୟାଚକୁ ରାଜ୍ୟରେ ଜନ୍ମିତ ସମସ୍ତ ଆନ୍ତର୍ଜାତିକ ହକି ତାରକାଙ୍କୁ ଆମନ୍ତ୍ରଣ କରାଯାଇନଥିବାବେଳେ ଜଣେ ବିବାଦୀୟ ଅଣଓଡ଼ିଆ ସଚିବଙ୍କ ୧୦ରୁ ଅଧିକ ସମ୍ପର୍କୀୟଙ୍କୁ ଆଗଧାଡ଼ିରେ ବସିଥିବାର ଦେଖିବାକୁ ମିଳିଥିଲା।

ଚର୍ଚ୍ଚା ହେଉଛି, କେବଳ ଭୁବନେଶ୍ୱର ଓ କଟକ ଉଦଘାଟନୀ ଉତ୍ସବ ପାଇଁ କୁଆଡ଼େ ଦଳର ଦୁଇଜଣ ସାଧାରଣ ସମ୍ପାଦକଙ୍କୁ ପାସ୍ ଓ ଟିକେଟ ବାଣ୍ଟିବା ଦାୟିତ୍ୱ ଦିଆଯାଇଥିଲା । ସେମାନେ କୁଆଡ଼େ ପ୍ରାୟ ୩ହଜାର ଟିକେଟ୍ ଓ ପାସ୍ ମନଇଚ୍ଛା ନିଜର ସମର୍ଥକ ଓ ଅନୁଗତଙ୍କ ମଧ୍ୟରେ ବାଣ୍ଟିଥିଲେ। ତୃତୀୟ ମହଲା,ବିଭାଗର କିଛି ଅଧିକାରୀ ଓ ବିଜେଡିର କିଛି ନେତାଙ୍କ ଅସାଧୁ ମେଣ୍ଟ ଯୋଗୁ ଓଡ଼ିଶାବାସୀଙ୍କ ଟଙ୍କାରେ ଆୟୋଜିତ ହୋଇଥିବା ଏତେବଡ଼ ଆନ୍ତର୍ଜାତିକ କାର୍ଯ୍ୟକ୍ରମକୁ ଦେଖିବାରୁ ସାଧାରଣ ଲୋକ ବଞ୍ଚିତ ହୋଇଥିବା ବେଳେ ଏହାକୁ କିଛି ଅଣ ଓଡ଼ିଆ ଅଫିସର ସେମାନଙ୍କ ଘରୋଇ ଉତ୍ସବ ମନେ କରୁଛନ୍ତି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2TVhq1T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages