ଅଶାନ୍ତ ହେଉଛି ବଲାଙ୍ଗିର ସହର; ଅବସରପ୍ରାପ୍ତ ଏସ୍‌ପିଙ୍କୁ ଆକ୍ରମଣ କରି ଲୁଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଅଶାନ୍ତ ହେଉଛି ବଲାଙ୍ଗିର ସହର; ଅବସରପ୍ରାପ୍ତ ଏସ୍‌ପିଙ୍କୁ ଆକ୍ରମଣ କରି ଲୁଟିଲେ

retiredpolice

ବଲାଙ୍ଗିର (ସସ୍ମିତା ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ବଲାଙ୍ଗିର ସହର। ପ୍ରତ୍ୟେକ ଦିନ କିଛି ନା କିଛି କ୍ରାଇମ୍ର ଅଭିଯୋଗ ଆସୁଛି। କେତେବେଳେ କିଏ କାହାକୁ ଗୁଳି ମାରୁଛି ତ ପୁଣି ଆଉ କେତେବେଳେ କିଏ କଳା ପଲସରରେ ଆସି ଲୁଟି ନେଉଛି ଲକ୍ଷ ଲକ୍ଷ ଟଙ୍କା। ଏବେ କିନ୍ତୁ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ। ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଜଣେ ଅବସରପ୍ରାପ୍ତ ଏସ୍ପିଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଟଙ୍କା ଲୁଟ କରିଛନ୍ତି ଦୃର୍ବୃତ୍ତ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବଲାଙ୍ଗିର ସହରର ରାଜେନ୍ଦ୍ରପଡ଼ାରେ ରୁହନ୍ତି ଅବସରପ୍ରାପ୍ତ ଏସ୍ପି ବିଷ୍ଣୁପ୍ରସାଦ ପାଢ଼ୀ। ସବୁଦିନ ଭଳି ଗତକାଲି ସେ ପ୍ରାତଃ ଭ୍ରମଣରେ ଯାଇଥିଲେ। ସକାଳ ପ୍ରାୟ ସାଢ଼େ ୫ଟା ବେଳେ ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ନିକଟରେ ହଠାତ ଜଣେ ଯୁବକ ପଛପଟୁ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଆଉ ଥରେ ଆକ୍ରମଣ କରିବାକୁ ଚେଷ୍ଟା କରିବା ସମୟରେ ଶ୍ରୀ ପାଢ଼ୀ ଟାଙ୍ଗିଆକୁ ହାତରେ ଧରି ପକାଇଥିଲେ। କିଛି ସମୟ ଧସ୍ତାଧସ୍ତି ହେବା ପରେ ଆଉ ଜଣେ ସହଯୋଗୀ ଲୁଟେରା ଆସି ଶ୍ରୀ ପାଢ଼ୀଙ୍କଠାରୁ ୩୩୦ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲା। ବହୁ କଷ୍ଟରେ ବିଷ୍ଣୁପ୍ରସାଦ ଆର୍ଟିଓ ଛକ ନିକଟକୁ ଆସି ଅଟୋରେ ହସ୍ପିଟାଲ ଯାଇଥିଲେ। ତାଙ୍କ ମୁଣ୍ଡରେ ଚାରୋଟି ଷ୍ଟିଚ ପଡିଛି।

ହସପିଟାଲରୁ ଫେରି ବଲାଙ୍ଗିର ଟାଉନ ଥାନାରେ ଶ୍ରୀ ପାଢ଼ୀ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ବରିଷ୍ଠ ନାଗରିକମାନେ ଆଉ ପ୍ରାତଃ ଭ୍ରମଣ କରିବାକୁ ସାହସ କରିପାରୁ ନାହାନ୍ତି।

ବଲାଙ୍ଗିର ସହରରେ ଦିନକୁ ଦିନ ବଢିବାରେ ଲାଗିଛି କ୍ରାଇମ୍। ଗତ କିଛି ଦିନ ତଳେ ଟିଟିଲାଗଡ ରାସ୍ତାର ବଲାଙ୍ଗିର ଉପକଣ୍ଠରେ ଗୁଳି ଫୁଟିଥିଲା। ଫାଏରିଙ୍ଗ କରି ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଥିଲେ ଦୁର୍ବୃତ୍ତ। ଗତ ଦୁଇ ମାସ ତଳେ ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରୁ ୩ ଲକ୍ଷ ୫୦ ହଜାର ହୋଇଥିଲା।



from Odisha Reporter https://ift.tt/2DEep0s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages