ବୟସ ହେବା ପୂର୍ବରୁ କେଶ ପାଚୁଥିଲେ, କରନ୍ତୁ ଏହି ସବୁ ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ବୟସ ହେବା ପୂର୍ବରୁ କେଶ ପାଚୁଥିଲେ, କରନ୍ତୁ ଏହି ସବୁ ଘରୋଇ ଉପଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବର୍ତ୍ତମାନ ସମୟରେ ଅଧିକ ବୟସ ହେବାର ଯଥେଷ୍ଟ ପୂର୍ବରୁ ବହୁ ବ୍ୟକ୍ତିଙ୍କର କେଶ ପାଚିବା ଦେଖା ଯାଉଛି। ଅଧିକାଂଶ ପାଚିଲା କେଶକୁ ଲୁଚାଇବା ପାଇଁ କେମିକାଲ୍ସ୍‌ ବ୍ୟବହାର କରନ୍ତି। ତେବେ ଏହା ଯୋଗୁ ପ୍ରାୟ ସବୁ କେଶ ପାଚିବା ଆରମ୍ଭ କରିଥାଏ।

ଅତ୍ୟଧିକ ମାନସିକ ଚିନ୍ତା, କେଶରେ ତେଲର ଅଭାବ, ଏକ୍ସରେର କୁପ୍ରଭାବ, ଶରୀରରେ ପୌଷ୍ଟିକ ତତ୍ତ୍ୱ କମ୍‌ ଏବଂ ବଂଶଗତ ପ୍ରଭାବ ଆଦି ଏଭଳି କେଶ ପାଚିବାର ପ୍ରମୁଖ କାରଣ।

ତେବେ ପ୍ରଥମେ କେଶ ପାଚିବାର ନିର୍ଦ୍ଦିଷ୍ଟ କାରଣ ଜାଣିବା ପରେ ଏହାର ଉପଚାର କରନ୍ତୁ।

ଏବେ ଆସନ୍ତୁ ଜାଣିବା, ବୟସ ହେବା ପୂର୍ବରୁ କେଶ ପାଚୁଥିଲେ, ଏହାର ଘରୋଇ ଉପଚାର କିପରି କରିବେ।

୧. କେଶ ଧୋଇବା ପାଇଁ ଅଁଳା, ରିଠା ଓ ସିକାକାଇର ପ୍ରୟୋଗ ଖୁବ୍‌ ଲାଭପ୍ରଦ। ଏହାର ନିୟମିତ ପ୍ରୟୋଗ ଧଳାକେଶକୁ କଳା କରିଥାଏ। ଏଥିପାଇଁ ଏହାକୁ ପୂର୍ବ ରାତ୍ରିରେ ପାଣିରେ ଭିଜାନ୍ତୁ। ପରଦିନ ସେହି ପାଣିରେ କେଶକୁ ଧୁଅନ୍ତୁ।

୨. ମୁଣ୍ଡ ଧୋଇବା ପୂର୍ବ ରାତିରେ ଅଁଳା ତେଲ କିମ୍ୱା ସୋରିଷ ତେଲ ମୁଣ୍ଡରେ ମାଲିସ୍‌ କରନ୍ତୁ ଏବଂ ସକାଳେ ମୁଣ୍ଡ ଧୁଅନ୍ତୁ।

୩. ମାସକୁ ଥରେ ମୁଲତାନୀ ମାଟିରେ ମୁଣ୍ଡ ଧୁଅନ୍ତୁ।

୪. ଗୋଟିଏ କପ୍‌ ମେହେନ୍ଦୀ ପାଉଡର୍‌, ଦୁଇଟି ଅଣ୍ଡା, ୨୦ ଗ୍ରାମ୍‌ ଦହି, ୨ଟି ଲେମ୍ୱୁ, ୨ ଚାମଚ କଫିକୁ ଏକାଠି ମିଶାଇ ୫ରୁ ୬ଘଣ୍ଟା ଯାଏ ରଖନ୍ତୁ। ଏହା ପରେ ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୨ରୁ ୩ ଘଣ୍ଟା ରଖିବା ପରେ ଧୋଇ ଦିଅନ୍ତୁ।

୫. ଗୋଟିଏ ଚାମଚ ଲେମ୍ୱୁ ରସ ସହ ୨ ଚାମଚ ଅଦା ରସ ମିଶାଇ କେଶରେ ଲଗାନ୍ତୁ। ଲଗାଇବାର ୧ ଘଣ୍ଟା ପରେ ମୁଣ୍ଡ ଧୋଇ ଦିଅନ୍ତୁ।

୬. ନଡ଼ିଆ ତେଲରେ କର୍ପୂର ମିଶାଇ ମୁଣ୍ଡରେ ଲଗାନ୍ତୁ। ଏହା ପରେ ସିକାକାଇରେ ମୁଣ୍ଡ ଧୁଅନ୍ତୁ।

୭. କିଛି ଚା’କୁ ପାଣିରେ ଲୁଣ ସହ ମିଶାଇ ସିଝାନ୍ତୁ। ତାକୁ ଛାଣି ମୁଣ୍ଡରେ ଲଗାନ୍ତୁ। ଘଣ୍ଟାଏ ପରେ ମୁଣ୍ଡ ଧୁଅନ୍ତୁ, କିନ୍ତୁ ଶାମ୍ପୁ କରନ୍ତୁ ନାହିଁ।

୮. ଅଳ୍ପ ପରିମାଣର ଅଁଳା ରସ ସହ ଲେମ୍ୱୁ ରସ ମିଶାଇ ମୁଣ୍ଡରେ ଘଷିଲେ, କେଶ ପାଚିବା ବନ୍ଦ ହୋଇଯିବ।



from Odisha Reporter https://ift.tt/2Q56Whf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages