ମହିଳା ଶିକ୍ଷାକୁ ଗୁରୁତ୍ୱ ଦିଅଯାଉ ନ ସମୟରେ ସେ ହୋଇଥିଲେ ପ୍ରଥମ ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ମହିଳା ଶିକ୍ଷାକୁ ଗୁରୁତ୍ୱ ଦିଅଯାଉ ନ ସମୟରେ ସେ ହୋଇଥିଲେ ପ୍ରଥମ ଇଞ୍ଜିନିୟରିଂ ଗ୍ରାଜୁଏଟ୍‌

ନୂଆଦିଲ୍ଲୀ: ଦୁନିଆର ପ୍ରଥମ ମହିଳା ଇଞ୍ଜିନିୟର୍‌ଙ୍କ ବିଷୟରେ ଆପଣ ଜାଣନ୍ତି କି ? ହୁଏତ ଜାଣି ନ ଥିବେ। ସେ ହେଉଛନ୍ତି, ଏଲିସା ଲିଓନିଦା ଜେମ୍ଫିରେସ୍କୁ (Elisa Leonida Zamfirescu)। ସେ ଜେନେରାଲ୍‌ ଆସୋସିଏସନ୍‌ ଅଫ୍‌ ରୋମେନିୟମ୍‌ ଇଞ୍ଜିନିୟର୍ସ୍‌ର ପ୍ରଥମ ମହିଳା ସଦସ୍ୟ ମଧ୍ୟ ଥିଲେ।

୧୮୮୭ ମସିହା ନଭେମ୍ୱର ୧୦ ତାରିଖ ଦିନ ରୋମାନିଆର ଗଲାଟି ସହରରେ ସେ ଜନ୍ମଗ୍ରହଣ କରିଥିଲେ। ସେହି ସମୟରେ ରୋମାନିଆରେ ମହିଳାଙ୍କ ଶିକ୍ଷା ଉପରେ ଏତେଟା ଗୁରୁତ୍ୱ ଦିଆଯାଉ ନ  ଥିଲା। ଏପରି ପରିସ୍ଥିତିରେ ପାଠପଢ଼ି କ୍ୟାରିୟର୍‌ ତିଆରି କରିବା ପାଇଁ ଏଲିସାଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥିଲା।

କିନ୍ତୁ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହାକୁ ଅତିକ୍ରମ କରି ସେ ବିଶ୍ୱର ପ୍ରଥମ ମହିଳା ଇଞ୍ଜିନିୟର୍‌ ହେବାର ଗୌରବ ଅର୍ଜନ କରିଥିଲେ।

ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା।

  • ରୋମାନିଆର ବୁଚାରେଷ୍ଟରେ ପାଠପଢ଼ା ସରିବା ପରେ ସେ ଇଞ୍ଜିନିୟରିଂ ପଢ଼ିବା ପାଇଁ ଅନେକ କଲେଜ୍‌ରେ ଆବେଦନ କରିଥିଲେ। କିନ୍ତୁ ପୁଅଝିଅ ମଧ୍ୟରେ ଥିବା ଭେଦଭାବ କାରଣରୁ ତାଙ୍କ ଆବେଦନକୁ ରଦ୍ଧ କରିଦିଆଯାଉଥିଲା। ଏହାପରେ ସେ ଜର୍ମାନୀର ଏକ ରୟାଲ୍‌ ଟେକ୍ନୋଲୋଜି ଆକାଡେମୀରେ ଆବେଦନ କରିଥିଲେ।
  • ୧୯୦୯ରେ ତାଙ୍କ ଆପ୍ଲିକେସନ୍‌କୁ ସ୍ୱୀକାର କରାଯାଇଥିଲା ଏବଂ ୧୯୧୨ରେ ସେ ଇଞ୍ଜିନିୟରିଂରେ ଗ୍ରାଜୁଏସନ୍‌ ଡିଗ୍ରୀ ହାସଲ କରିଥିଲେ।
  • ଏଲିସା ଦୁନିଆର ପ୍ରଥମ ଇଞ୍ଜିନିୟର୍‌ ଭାବରେ ରୋମାନିଆର ବୁଚାରେଷ୍ଟ୍‌ରେ କାମ ଆରମ୍ଭ କରିଥିଲେ। ସେ ଜିଓଲୋଜିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଆସିଷ୍ଟାଣ୍ଡ ଭାବେ କାମ କରିଥିଲେ ଏବଂ ସେଠାରେ ସଫଳତା ହାସଲ କରିଥିଲେ।
  • ବିଶ୍ୱଯୁଦ୍ଧ ସମୟରେ Konstantin Jemiferasco ସହିତ ତାଙ୍କର ଦେଖା ହୋଇଥିଲା। ପ୍ରଥମ ଦେଖାରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ଦୁହେଁ ବିବାହ କରିଥିଲେ। ଏହାପରେ ଦୁହିଁଙ୍କର ଦୁଇଟି ଝିଅ ହୋଇଥିଲା।
  • ଏଲିସା ରୋମାନିଆରେ କୋଇଲା, କ୍ରୋମିୟମ୍‌, ବକ୍ସାଇଟ୍‌ ଏବଂ କପର୍‌ ଉପରେ ଅଧ୍ୟୟନ କରିଥିଲେ। ନିଜ ଲ୍ୟାବ୍‌ରେ ସେ ମିନେରାଲ୍ସ ଏବଂ ଅନେକ ଜିନିଷ ଉପରେ ଅଧ୍ୟୟନ କରିବା ପାଇଁ ସେ ନୂଆ ପ୍ରଣାଳୀର ସାହାଯ୍ୟ ନେଇଥିଲେ।
  • ୨୫ ନଭେମ୍ୱର ୧୯୭୩ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ରୋମାନିଆ ସରକାର ଏଲିସାଙ୍କର ଦେଶ ପ୍ରତି ଥିବା ଅବଦାନକୁ ମନେ ପକାଇବା ପାଇଁ ୧୯୯୩ ମସିହାରେ ବୁଚାରିଷ୍ଟର ଏକ ଗଳିକୁ ନାମ ତାଙ୍କ ନାମ ଅନୁସାରେ ରଖିଥିଲେ।


from Odisha Reporter https://ift.tt/2qHeOr8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages