ଡେଟିଂକୁ ସ୍ୱୀକାର କଲେ, କିନ୍ତୁ ବିବାହ ନେଇ ଏମିତି କହିଲେ ସୁସ୍ମିତା ସେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଡେଟିଂକୁ ସ୍ୱୀକାର କଲେ, କିନ୍ତୁ ବିବାହ ନେଇ ଏମିତି କହିଲେ ସୁସ୍ମିତା ସେନ୍‌

ନୂଆଦିଲ୍ଲୀ: ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ବୟସ ଏବେ ୪୨ ହେଲାଣି। କିନ୍ତୁ ଏଯାଏ ସେ ବିବାହର ନାଁ ଗନ୍ଧ ଧରୁନାହାନ୍ତି।

ନିଜର ଦୁଇ ପାଳିତା କନ୍ୟାଙ୍କ ସହ ଦିନ କାଟୁଥିବା ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ନିଜ ଠାରୁ ୧୫ ବର୍ଷ ସାନ ମଡେଲ୍‌ ରୋହମାନ୍‌ ଶ’ଲ୍‌ଙ୍କୁ ଡେଟ୍‌ କରୁଥିବା ନେଇ କିଛି ଦିନ ତଳେ ସୋଶାଲ୍‌ ମିଡିଆରେ ଖବର ଆସିଥିଲା। ଏପରକି ଉଭୟ ସୁସ୍‌ ଓ ରୋହମାନ୍‌ଙ୍କୁ ଏୟାର୍‌ପୋର୍ଟ୍‌ରେ ଏକାଠି ଦେଖିବାକୁ ମିଳିଥିଲା। ଏପରିକି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଦ୍ୱାରା ଆଯୋଜିତ ପାର୍ଟିରେ ମଧ୍ୟ ଦୁହେଁ ଏକାଠି ହୋଇଥିଲେ।

ନିକଟରେ ଏକ ଖବର ଆସିଲା ଯେ ବଲିଉଡ୍‌ରେ ଲାଗିଥିବା ବିବାହର ଋତୁକୁ ଦେଖି ସୁସ୍ମିତା ଖୁବ୍‌ଶୀଘ୍ର ତାଙ୍କ ବୟଫ୍ରେଣ୍ଡ୍‌ଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି।

ଏପରି ପ୍ରଚାର ଧରିବା ପରେ ଏବେ ନିଜେ ସୁସ୍ମିତା ଏସମ୍ପର୍କରେ ମୁହଁ ଖୋଲିଛନ୍ତି। ଏପରି ପ୍ରଚାରକୁ ସେ ଏକ ଗୁଜବ ବୋଲି ମଧ୍ୟ କହିଛନ୍ତି। ତେବେ ରୋହମାନ୍‌ଙ୍କ ସହ ସେ ଡେଟିଂରେ ଥିବା ଖବରକୁ ସ୍ୱୀକାର କରିଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ସୁସ୍ମିତା ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଯେ, “ସେ ମଡେଲ୍‌ ରୋହମନ୍‌ ଶ’ଲ୍‌ଙ୍କୁ ଡେଟ୍‌ କରୁଛନ୍ତି। କିନ୍ତୁ ଏଯାଏ ବିବାହ କରିନାହାନ୍ତି କି ଏବେ ବିବାହ କରିବାକୁ ଚାହୁଁ ନାହାନ୍ତି। ସେ ରୋହମାନ୍‌ଙ୍କ ସହ ତାଙ୍କ ରୋମାନ୍ସକୁ ବେଶ୍ ଉପଭୋଗ କରୁଛନ୍ତି।”
ଇନ୍‌ଷ୍ଟାଗ୍ରାମ୍‌ର କରିଥିବା ସଂଖ୍ୟାଧିକ ପୋଷ୍ଟ୍‌ରେ ରୋହମାନ୍‌, ସୁସ୍ମିତା ଓ ତାଙ୍କ ଦୁଇ ପାଳିତା ଝିଅଙ୍କ ସହିତ ସମୟ ଅତିବାହିତ କରୁଛନ୍ତି। ଏପରିକି ଦୁଇ ଝିଅଙ୍କ ପାଖରେ ବସିଥିବାବେଳେ ସୁସ୍ମିତା ରୋହମାନ୍‌ଙ୍କ କୋଳରେ ବସିଥିବା ଦେଖିବାକୁ ମିଳିଛି।

ସୁସ୍ମିତା ଶନିବାର ଏହି ପୋଷ୍ଟ୍‌କୁ ଶେୟାର୍‌ କରିବା ପରେ ୩ ଲକ୍ଷ ୨୭,୫୪୨ ଜଣ ୟୁଜର୍ସ ପୋଷ୍ଟ୍‌ ଟିକୁ ଦେଖଛନ୍ତି ଏବଂ ନିଜ ମତାମତ ଦେଇଛନ୍ତି।



from Odisha Reporter https://ift.tt/2qEm5rN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages