ତାରାଙ୍କ ସ୍ୱାଧିକାରଭଙ୍ଗ ପ୍ରସ୍ତାବକୁ କଂଗ୍ରେସରୁ ବିରୋଧ; ଦଳୀୟ ପଦରୁ ଇସ୍ତଫା ଦେଲେ ହେମନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ତାରାଙ୍କ ସ୍ୱାଧିକାରଭଙ୍ଗ ପ୍ରସ୍ତାବକୁ କଂଗ୍ରେସରୁ ବିରୋଧ; ଦଳୀୟ ପଦରୁ ଇସ୍ତଫା ଦେଲେ ହେମନ୍ତ

hemantapanda

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭି ବିରୋଧରେ ତାରା ପ୍ରସାଦ ବାହିନୀପତି ଆଣିଥିବା ସ୍ୱାଧିକାରଭଙ୍ଗ ପ୍ରସ୍ତାବକୁ ନେଇ କଂଗ୍ରେସ ଭିତରେ ଅସନ୍ତୋଷ ଦେଖାଯାଇଛି। ତାଙ୍କର ଏଭଳି ପ୍ରସ୍ତାବକୁ ଦଳ ବିରୋଧୀ କହି ପିସିସି ସୂଚନା ଅଧିକାର ବିଭାଗ ଅଧ୍ୟକ୍ଷ ହେମନ୍ତ ପଣ୍ଡା ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସେ କହିଛନ୍ତି, ତାରାଙ୍କ ପଦକ୍ଷେପ କଂଗ୍ରେସର ବିଚାରଧାରାର ବିରୁଦ୍ଧାଚରଣ କରୁଛି।

ତାରାଙ୍କ ପଦକ୍ଷେପକୁ ସେ ନିନ୍ଦା କରିବା ସହିତ ଗଣତନ୍ତ୍ର ପାଇଁ ଏହା ଶୋଭନୀୟ ନୁହେଁ ବୋଲି କହିଛନ୍ତି ହେମନ୍ତ।

ଗତ ୧୯ ତାରିଖ ଦିନ ଓଟିଭିରେ ପ୍ରସାରିତ ଏକ ନିର୍ଦ୍ଦିଷ୍ଟ ତଥ୍ୟଭିତ୍ତିକ ଖବରକୁ ନେଇ ୨୦ ତାରିଖରେ କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି। ଏଥିରେ ଉଲ୍ଲେଖ ରହିଛି, ଏହି ଖବରରେ ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହୋଇଛି। ଏହି ଖବର ପ୍ରସାରିତ ହେବା ଦ୍ୱାରା ବିଧାନସଭାର ସ୍ୱାଭିମାନ ଓ ଗରିମା କ୍ଷୁଣ୍ଣ ହୋଇଛି।

ବାଚସ୍ପତି ଏହି ସ୍ୱାଧିକାର ଭଙ୍ଗ ନୋଟିସ୍କୁ ଗ୍ରହଣ କରି ରୁଲିଂ ଦେଇଥିଲେ। ଓଟିଭିର କାହିଁକି ବିଧାନସଭାର ସିଧାପ୍ରସାରଣ ବାତିଲ ନହେବ, ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ରୁଲିଂ ଦେଇଥିଲେ ବାଚସ୍ପତି।

କ’ଣ ଘଟିଥିଲା?
୧୯ ତାରିଖ ଦିନ ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା ପରେ ବିଜେଡି ବିଧାୟକମାନେ କେନ୍ଦ୍ର ବିରୋଧରେ ନାରା ଦେଇଥିଲେ। ଫଳରେ କମ୍ପିଥିଲା ବିଧାନସଭା। ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପାଖକୁ ଆସି ମନ୍ତ୍ରଣା କରିଥିଲେ ବିଧାନସଭା ସଚିବ। ଆଉ ତା’ପରେ ବାଚସ୍ପତିଙ୍କ ପାଖକୁ ଯାଇ ୩ଟା ଯାଏ ଗୃହକୁ ମୁଲତବି କରିବାକୁ ଧୀରେ ଧୀରେ କହିଥିଲେ। ତେବେ ଟେଲିଭିଜନରେ ସିଧା ପ୍ରସାରଣ ହେଉଥିବାରୁ ଏବଂ ବାଚସ୍ପତିଙ୍କ ମାଇକ୍ରୋଫୋନ ଅନ୍ ଥିବାରୁ ସଚିବଙ୍କ କଥା ସମସ୍ତେ ଶୁଣିପାରିଥିଲେ। ପରେ ବାଚସ୍ପତି ଗୃହକୁ ୩ଟା ଯାଏ ମୁଲତବି କରି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ପ୍ରସ୍ତାବକୁ ନେଇ କଂଗ୍ରେସ ଦୁଇ ଫାଳ


from Odisha Reporter https://ift.tt/2DFdBZc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages