ବସ୍‌ ଚଲାଇଥିଲେ ଧୋନି, ପଢ଼ନ୍ତୁ କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ବସ୍‌ ଚଲାଇଥିଲେ ଧୋନି, ପଢ଼ନ୍ତୁ କାହିଁକି

ନୂଆଦିଲ୍ଲୀ: ନିଜର ନମ୍ରତା ପାଇଁ ଜଣାଶୁଣା ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦିନେ ବସ୍ ଚଲାଇଥିଲେ। ଏହି ବିଷୟରେ ଖୁଲାସା କରିଛନ୍ତି କିମ୍ବଦନ୍ତୀ କ୍ରିକେଟ ଖେଳାଳି ଭିଭିଏସ୍‌ ଲକ୍ଷ୍ମଣ। ତାଙ୍କ ସଦ୍ୟ ପ୍ରକାଶିତ ଆତ୍ମଜୀବନୀରେ ସେ ଲେଖିଛନ୍ତି ୨୦୦୮ ମସିହାରେ ଧୋନି ବସ୍‌ ଚଲାଇଥିଲେ। ସେତେବେଳକୁ ଲକ୍ଷ୍ମଣ ୧୦୦ ଟେଷ୍ଟ ଖେଳିବାର ମାଇଲ୍ ଖୁଣ୍ଟ ଅତିକ୍ରମ କରିସାରିଥିଲେ। ତେବେ ଧୋନି ରୋଜଗାର ପାଇଁ ନୁହେଁ, ଏକ ବିଶେଷ କାରଣ ପାଇଁ ବସ୍‌ ଚଲାଇଥିଲେ।

ଏହିଦିନ ତତ୍କାଳୀନ ଟେଷ୍ଟ ଅଧିନାୟକ ଅନୀଲ କୁମ୍ବଲେ ଅବସର ନେବାପରେ ଧୋନିଙ୍କୁ ସମସ୍ତ ଫର୍ମାଟ୍‌ରେ ଅଧିନାୟକ ଦାୟିତ୍ୱ ମିଳିଥିଲା। ଆଉ ସେଦିନ ସେ ଷ୍ଟାଡିୟମ୍‌ରୁ ହୋଟେଲ ଯାଏ ଟିମ୍‌କୁ ନେବା ଆଣିବା ପାଇଁ ନିୟୋଜିତ ଥିବା ବସ୍‌କୁ ନିଜେ ଡ୍ରାଇଭର ସିଟରେ ବସି ଚଲାଇଥିଲେ।

ନାଗପୁରଠାରେ ସେଦିନ ମ୍ୟାଚ୍‌ ଥିଲା ଏବଂ ଲକ୍ଷ୍ମଣ ଏହି ଅନୁଭୂତି ବାବଦରେ କୁହନ୍ତି, “”ମୋତେ ବିଶ୍ୱାସ ହେଲାନି ଯେ ଜଣେ ଅଧିନାୟକ ନିଜ ଦଳପାଇଁ ବସ୍‌ ଚଲାଇବ। ସେ କିନ୍ତୁ ବେଫିକର ହୋଇ ଗାଡ଼ିକୁ ବେଶ ଦକ୍ଷତାର ସହିତ ଚଳାଇ ସମସ୍ତଙ୍କୁ ସୁରକ୍ଷିତ ହୋଟେଲରେ ପହଞ୍ଚାଇଥିଲେ। ତାଙ୍କ ପରି ଶାନ୍ତ ଓ ଅମାୟିକ ବ୍ୟକ୍ତି କେବେ ଆଉ ଦେଖିବାକୁ ପାଇନି। ଏପରିକି ୨୦୧୧ ମସିହାରେ ଇଂଲଣ୍ଡଠାରୁ ୪-୦ରେ ହାରିବାପରେ ଅଷ୍ଟ୍ରେଲିଆଠାରୁ ମଧ୍ୟ ହ୍ୱାଇଟ୍‌ୱାଶ୍‌ ସ୍ଥିତି ଉପୁଜିଥିଲା। ମୋ ସମେତ ସମସ୍ତେ ଭାଙ୍ଗିପଡ଼ିଥିଲେ କିନ୍ତୁ ଧୋନିଙ୍କ ହାବଭାବରୁ ଜଣାପଡ଼ୁନଥିଲା ସେ ହତାଶ୍‌ ହୋଇଛନ୍ତି କିମ୍ବା ଭାଙ୍ଗିପଡ଼ିଛନ୍ତି।’’



from Odisha Reporter https://ift.tt/2QTC54s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages