
ନୂଆଦିଲ୍ଲୀ:ଦେଶର ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ୍ର ଆଜିଠୁ ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ମେକ୍ ଇନ୍ ଇଣ୍ଡିଆ କାଅର୍ଯ୍ୟକ୍ରମ ଜରିଆରେ ବିକଶିତ କରାଯାଇଥିବା ଏହି ଟ୍ରେନ୍-18। ଉତ୍ତର ପ୍ରଦେଶର ମୋରଦାବାଦରେ ପହଞ୍ଚିବା ପରେ ଏହାର ଟ୍ରାଏଲ ରନ୍ କରାଯାଇଛି। ସପ୍ତାହେ ଯାଏ ସେଫ୍ଟି ଲାଇନରେ ଏହାର ଟ୍ରାଏଲ ରନ୍ ହେବ।
ଏଥିପାଇଁ ରିସର୍ଚ୍ଚ ଡିଜାଇନ୍ ଏଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସେନ ଟିମ୍ ମଧ୍ୟ ମୋରାଦବାଦରେ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆରଡିଏସଓ ମୋରାଦବାଦ-ସାହାରଣପୁର ରୁଟ୍ରେ୧୧୫ କିମି ବେଗରେ ଯାତ୍ରା କରିବ। ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଦିଲ୍ଲୀ-ମୁମ୍ବାଇ-ରାଜସ୍ଥାନ ରୁଟ୍ର ସଓ୍ୱାଇ ମାଧପୁର-କୋଟା ସେକ୍ସନରେ ଘଣ୍ଟା ପ୍ରତି ୧୮୦ କିମି ବେଗରେ ଯାତ୍ରା କରିବ।
ଏହି ଅତ୍ୟାଧୁନିକ ଟ୍ରେନରେ ୧୬ଚି କୋଚ୍ ରହିଛି। ସମସ୍ତ କୋଚ୍ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଟ୍ରେନର ଦୁଇ ପାର୍ଶ୍ୱରେ ରହିଛି । ଅଟୋମେଟିକ୍ ଡୋର୍ ଯାତ୍ରୀଙ୍କ ପାଇଁ ଟ୍ରେନରେ ସ୍ଲାଇଡିଂ ସିଡି ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଯାତ୍ରୀଙ୍କ ଆରାମଦାୟକ ଯାତ୍ରା ପାଇଁ ଓ୍ୱାଇଫାଇର ବ୍ୟବସ୍ଥା କରାଯାଇଛି । ଏହି ଟ୍ରେନର ନିର୍ମାଣ ଲାଗି ୧୮ ମାସ ସମୟ ଲାଗିଛି । ପାଖାପାଖି ଶହେ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚେନ୍ନାଇର ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟିରେ ଏହାର ନିର୍ମାଣ ହୋଇଛି ।
from Odisha Reporter https://ift.tt/2FFYlxV
No comments:
Post a Comment