ତିନିଦିନ ତଳେ ଶୌଚ ପାଇଁ ଯାଇଥିଲେ, ଆଜି ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ତିନିଦିନ ତଳେ ଶୌଚ ପାଇଁ ଯାଇଥିଲେ, ଆଜି ମିଳିଲା ମୃତଦେହ

ସୁନ୍ଦରଗଡ଼ (ବିଜୟ ବରୁଆ): ତିନିଟି ଛୁଆର ମାଆ ତିନିଦିନ ତଳେ ଶୌଚ ପାଇଁ ଯାଇଥିଲେ। ମାତ୍ର ଆଉ ଘରକୁ ଫେରିଲେ ନାହିଁ। ଆଜି ମିଳିଛି ତାଙ୍କର ଉଲଗ୍ନ ମୃତଦେହ। ତାଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଗତ ୨୨ ତାରିଖ ଭୋର ସମୟରେ ହେମା (ଛଦ୍ମନାମ) ବାଡ଼ି ପଛପଟକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ହେମାଙ୍କ ସ୍ୱାମୀ ଓ ତିନି ପିଲା ଘରେ ଶୋଇଥିଲେ। ଦୀର୍ଘ ସମୟ ଧରି ହେମା ଘରକୁ ନଫେରିବାରୁ ତାଙ୍କ ସ୍ୱାମୀ ଚାରିଆଡ଼େ ଖୋଜିଥିଲେ। ମାତ୍ର ତାଙ୍କର ପତ୍ତା ପାଇନଥିଲେ। ସବୁଆଡ଼ୁ ନିରାଶ ହେବା ପରେ ହେମା ନିଖୋଜ ଥିବା ନେଇ ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ।

ଆଜି ସକାଳେ ହେମାଙ୍କ ଘର ପଛପଟ ଅମରି ବୁଦାରୁ ଦୁର୍ଗନ୍ଧ ବାହାରିଥିଲା। ଗାଁର କିଛି ମହିଳା ଏ ସମ୍ପର୍କରେ ହେମାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ତା’ପରେ ଅମରି ବୁଦା ଭିତରେ ହେମାଙ୍କ ଉଲଗ୍ନ ମରଶରୀର ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ପୁଲିସ ଖବର ପାଇ ଗାଁରେ ପହଞ୍ଚି ମୃତଦେହ ଜବତ କରିଛି।

ହେମାଙ୍କ ଦେହରେ ଲୁଗା ନଥିବା ବେଳେ ବେକରେ ଦାଗ ରହିଛି। ତାଙ୍କ ପାଟି, ଆଖି ଓ ନାକରୁ ରକ୍ତ ବାହାରିଥିବା ଦେଖିବାକୁ ମିଳିଛି। ଏଥିରୁ ସନ୍ଦେହ କରାଯାଉଛି, ହେମାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।



from Odisha Reporter https://ift.tt/2TJ2WlO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages