ଆଜି ହିଟ୍‌ କରିବ ବାତ୍ୟା ‘ଗଜ’: ଘଣ୍ଟାପ୍ରତି ୧୧୦ କିମି ବେଗରେ ପବନ ବହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଆଜି ହିଟ୍‌ କରିବ ବାତ୍ୟା ‘ଗଜ’: ଘଣ୍ଟାପ୍ରତି ୧୧୦ କିମି ବେଗରେ ପବନ ବହିବ

ନୂଆଦିଲ୍ଲୀ:ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବାତ୍ୟା ‘ଗଜ’ ଆଜି ତାମିଲନାଡୁର କଡାଲୁର ଓ ପାମ୍ବନ ମଝିରେ ଉପକୂଳ ଛୁଇଁବ।  ଏହାର ପ୍ରଭାବରେ ଆଜିଠାରୁ ପ୍ରବଳ ସାଙ୍ଗକୁ ଜୋରରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଘଣ୍ଟାପ୍ରତି ୧୧୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବା ନେଇ  ଆକଳନ କରାଯାଇଛି । ତେବେ ପରିସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ ହଜାର ୫୦୦ ଉଦ୍ଧାରକାରୀ ଦଳକୁ ସଜାଗ ରଖାଯାଇଛି।

ସେହିପରି ପୁଡୁଚେରୀରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଚେନ୍ନାଇଠାରୁ ୨୭୦ କିଲୋମିଟର ପୂର୍ବ ଓ ଉତ୍ତରପୂର୍ବରେ କେନ୍ଦ୍ରୀଭୂତ ସାମୁଦ୍ରିକ ଝଡ଼ ଧିରେ ଧିରେ ତାମିଲନାଡୁ ଉପକୂଳ ଆଡ଼େ ଅଗ୍ରସର ହେଉଛି ।ଏହି ସମୟରେ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।  ରାଜ୍ୟର ୪୩୯୯ଟି ଅଞ୍ଚଳକୁ ସମ୍ବେଦନଶୀଳ ଭାବେ ଘୋଷଣା କରିବା ସହ ରିଲିଫ ସାମଗ୍ରୀ ମହଜୁଦ ରଖାଯାଇଛି।

କଡାଲୁରୁ ଓ ନାଗପାଟନମ ଜିଲ୍ଲାରେ ସତର୍କ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁର ୬ଟି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ୍‌କୁ ଆଜି ବନ୍ଦ ରଖାଯାଇଛି। ‘ଗଜ’ ଅତିକ୍ରମ କରିବା ବେଳେ ଉଭୟ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।



from Odisha Reporter https://ift.tt/2PVEyhK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages