ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର, ମୋବାଇଲ ଛଡ଼ାଇ ଭିଡିଓ ଡିଲିଟ୍‌ କରିଦେଲେ ସରକାରୀ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର, ମୋବାଇଲ ଛଡ଼ାଇ ଭିଡିଓ ଡିଲିଟ୍‌ କରିଦେଲେ ସରକାରୀ ଅଧିକାରୀ

ନୟାଗଡ଼ (ଓଡ଼ିଶା ରିପୋର୍ଟର) : ସରକାରୀ ବୈଠକରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନୟାଗଡ଼ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଭଳି ସାଂଘାତିକ ଅଭିଯୋଗ ଥିବା ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏଥିରେ ‘ସଞ୍ଚାର’ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା ଜଣେ ସାମ୍ବାଦିକ ବିଭୂତି ଭୂଷଣ ସ୍ୱାଇଁ ଅଭିଯୋଗ ଆଣିଛନ୍ତି। ବୈଠକରେ ସେ ମୋବାଇଲରେ ଫଟୋ ଉଠାଉଥିଲେ ଏବଂ ଭିଡିଓ ଶୁଟିଂ କରୁଥିଲାବେଳେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷୀ ସାହୁ ତାଙ୍କ ମୋବାଇଲ ଛଡ଼ାଇନେଇ ସେଥିରେ ରେକର୍ଡ ହୋଇଥିବା ଭିଡିଓ ଡିଲିଟ୍‌ କରିଦେଇଥିଲେ।

ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଅଭିଯୋଗ

ନୟାଗଡ ଜିଲ୍ଲାପାଳ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୋବାଇଲ୍ ଛଡାଇ ଭିଡିଓ ଡିଲିଟ୍ କରିବାକୁ ବାଧ୍ୟ କରିଥିବା ସାମ୍ବାଦିକ କହିଛନ୍ତି। ଶୁଣନ୍ତୁ ସାମ୍ବାଦିକ କ’ଣ କହିଛନ୍ତି।

Odisha Reporter यांनी वर पोस्ट केले शनिवार, १० नोव्हेंबर, २०१८

ଏହି ଘଟଣାର ପ୍ରତିବାଦରେ ଆଜି ଜିଲ୍ଲା ସାମ୍ବାଦିକମାନେ ଆୟୋଜନ କରିଥିବା ଏକ ବୈଠକର ନିଷ୍ପତ୍ତି ଅନୁଯାୟୀ ରବିବାରଠାରୁ ଜିଲ୍ଲା ସାମ୍ବାଦିକମାନେ କଳାବ୍ୟାଜ ପିନ୍ଧିବା ସହ ସରକାରୀ କାର୍ଯ୍ୟକ୍ରମକୁ ବାସନ୍ଦ କରିବେ।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଜିଲ୍ଲା ନୋଡାଲ ସଚିବ ତଥା ସ୍ଲୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନୟାଗଡ଼ ଗ୍ରସ୍ତରେ ଆସି ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଖବର ସଂଗ୍ରହ କରିବାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚିରାଚରିତ ଭାବରେ ଫୋନ୍‌ ମାଧ୍ୟମରେ ଜଣାଇଥିଲେ। ଉକ୍ତ ବୈଠକ ଶେଷ ପର୍ଯ୍ୟାୟରେ ପହଞ୍ଚିବା ବେଳକୁ ଅଳ୍ପ କିଛି ସାମ୍ବାଦିକ ଥିଲେ ଏବଂ ବିଭୂତି ଫଟୋ ଉଠାଇସାରି ଖବର ପ୍ରସାରଣ ପାଇଁ ମୋଇବାଲରେ ଭିଡିଓ ଛବି ପ୍ରସ୍ତୁତ କରୁଥିଲେ। ଏହାକୁ ଦେଖି ହଠାତ୍‌ ଜିଲ୍ଲାପାଳ ଡ. ଏନ ତିରୁମାଳା ନାୟକ ଉତ୍‌କ୍ଷିପ୍ତ ହେବା ସହ କାହଁକି ଭିଡିଓ ପ୍ରସ୍ତୁତ କରୁଛ ଏବଂ କିଏ ତୁମକୁ ଡାକିଛି ବୋଲି ପ୍ରଶ୍ନ କରି ଭିଡିଓ ଡିଲିଟ୍‌ କରିବା ପାଇଁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷୀ ସାହୁଙ୍କୁ ନିଦ୍ଦେର୍ଶ ଦେଇଥିଲେ।

ସାମ୍ବାଦିକଙ୍କ ସାମ୍ନାରେ ହିଁ ସରକାରୀ ବୈଠକକୁ କାହିଁକି ଗଣମାଧ୍ୟମକୁ ଡକାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବିଭୂତିଙ୍କ ଠାରୁ ମୋବାଇଲ ନେଇଯାଇ ଭିଡିଓ ଡିଲିଟ୍‌ କରିଥିଲେ। ଜିଲ୍ଲାପାଳ ଶ୍ରୀ ନାୟକ ଏତିକିରେ ଥମିନଥିଲେ। ସେ ଉପସ୍ଥିତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏସବୁ ଘଟଣା ସ୍ଲୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଘଟିଥିବା ବେଳେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାରକୁ ସବୁ ମହଲରେ ନାପସନ୍ଦ କରାଯାଇଛି।

ଏନେଇ ଡାକବଙ୍ଗଳା ପରିସରରେ ଆୟୋଜିତ ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନେ ଏକତ୍ରିତ ହୋଇ ଘଟଣାକୁ ନିନ୍ଦା କରିବା ସହ ଅନିର୍ଦ୍ଦିଷ୍ଟ କାଳ ଯାଏଁ କଳାବ୍ୟାଜ ପରିଧାନ ଏବଂ ସରକାରୀ କାର୍ଯ୍ୟକ୍ରମକୁ ବାସନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ବୈଠକରେ ପ୍ରମୋଦ ପଟ୍ଟନାୟକ, ଶ୍ରୀକାନ୍ତ ଖଟେଇ,ସୁବାସ ମହାପାତ୍ର, ରାମକୃଷ୍ଣ ରଥ, ରଞ୍ଜନ କୁମାର ପ୍ରଧାନ, ବୈଦଭୂଷଣ ମହାପାତ୍ର, ପ୍ରଦୀପ୍ତ କୁମାର ରଥ, ନବ କିଶୋର ମିଶ୍ର, ବାସୁଦେବ ମହାନ୍ତି, ରିତେନ୍ଦ୍ର ଛାଟୋଇ, ଅନିଲ କୁମାର ପଣ୍ଡା, ମହେଶ ମିଶ୍ର, ବିଭୂତି ଭୂଷଣ ସ୍ୱାଇଁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ସାମ୍ବାଦିକ ଉପସ୍ଥିତ ଥିଲେ।



from Odisha Reporter https://ift.tt/2OC5oXl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages