
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶୀତଦିନେ ଘରେ ହଠାତ୍ କିଛି ଚଟପଟି ଖାଦ୍ୟ ତିଆରି କରି ଖାଇବାକୁ ଆପଣଙ୍କର ବେଳେବେଳେ ଇଚ୍ଛା ହେଉଥିବ। ଆଜି ଆମେ ଆପଣଙ୍କୁ ଏହି ଶୀତଦିନିଆ ସନ୍ଧ୍ୟାରେ ଚା’ ସହ ଗରମାଗରମ ଖାଇବା ପାଇଁ ସାଗୁ ଦାନା ବରାର ପ୍ରସ୍ତୁତି ସମ୍ପର୍କରେ କହିବୁ।
ଆବଶ୍ୟକ ସାମଗ୍ରୀ: ସାଗୁ ଦାନା, ଚିନା ବାଦାମ, ଆଳୁ, ତେଲ, କଞ୍ଚା ଲଙ୍କା, ଧନିଆ ପତ୍ର, ଲଙ୍କା ଗୁଣ୍ଡ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସାଗୁ ଦାନାକୁ ୨ଘଣ୍ଟା ଯାଏ ପାଣିରେ ବତୁରାଇ ଦିଅନ୍ତୁ। ଏହା ଭଲ ଭାବେ ଭିଜି ଫୁଲିଗଲେ, ଏହାକୁ ଛାଣି ଦିଅନ୍ତୁ। ଏବେ ଆଳୁ ସିଝାଇବା ପରେ ସେଥିରୁ ଚୋପା ଛଡ଼ାଇ ଏକ ପାତ୍ରରେ ଚକଟି ଦିଅନ୍ତୁ। ଏବେ ଏଥିରେ ସାଗୁ ଦାନା, ଚିନା ବାଦାମ, ଧନିଆ ପତ୍ର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ ଓ ଲୁଣ ମିଶାନ୍ତୁ। ଏବେ ଏହାକୁ ହାତରେ ଭଲ ଭାବେ ଚକଟନ୍ତୁ। ଏବେ ଏହି ମିଶ୍ରଣକୁ ଛୋଟ ଛୋଟ ବରା ଆକାରରେ ଗୋଳା ତିଆରି କରନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରୁ ଗୋଟିଏ ଗୋଟିଏ କରି ବରା ପକାଇ ଛାଣନ୍ତୁ। ବରା ହାଲୁକା ଲାଲ୍ ହୋଇଗଲେ, କଡ଼େଇରୁ ବାହାର କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସାଗୁଦାନା ବରା। ଏହାକୁ ଚଟଣୀ, ସସ୍ କିମ୍ବା ଦହି ସହିତ ଗରମ ଗରମ ପରଷନ୍ତୁ।
from Odisha Reporter https://ift.tt/2FJqhAW
No comments:
Post a Comment