
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଏବଂ ରାଉରକେଲାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସଂଘ ପକ୍ଷରୁ ପାନପୋଷ ଛକରେ NH-୧୪୩ ଅବରୋଧ କରାଯାଇଛି।
ରାଉରକେଲାରେ ସମସ୍ତ ଭିତ୍ତିଭୂମି ଥିବାରୁ ଏହାକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଯଥାର୍ଥ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି। ଏନେଇ ବାରମ୍ବାର ଦାବି ଏବଂ ମାସରେ ତିନିଦିନ କୋର୍ଟ ବନ୍ଦ କରିବା ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ସମସ୍ତ ରାଜନୈତିକ ଦଳ ଏବଂ ଜନସାଧାରଣଙ୍କୁ ଏହି ବନ୍ଦକୁ ସମର୍ଥନ ଦେବାକୁ ନିବେଦନ କରାଯାଇଛି ।
from Odisha Reporter https://ift.tt/2FLzOY3
No comments:
Post a Comment