ପୋଲାର୍ଡଙ୍କ ହରକତରେ ଆଶ୍ଚର୍ଯ୍ୟ ହେଲେ ବୁମ୍ରା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ପୋଲାର୍ଡଙ୍କ ହରକତରେ ଆଶ୍ଚର୍ଯ୍ୟ ହେଲେ ବୁମ୍ରା, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟି-୨୦କୁ ଟିମ୍‌ ଇଣ୍ଡିଆ ଏକ ପାଖିଆ ଭାବେ ୭୧ ରନ୍‌ରେ ଜିତି ନେଇଛି।

ଏହି ମ୍ୟାଚ୍‌ ସହ ଇଣ୍ଡିଜ୍‌ ବିପକ୍ଷ ୩ଟିକିଆ ଟି-୨୦ ସିରିଜ୍‌କୁ ମଧ୍ୟ ରୋହିତ ବାହିନୀ ଆଗୁଆ ୨-୦ରେ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୯୫ ରନ୍‌ କରିଥିବା ବେଳେ ଇଣ୍ଡିଜ୍‌ ମାତ୍ର ୧୨୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

କିନ୍ତୁ ଗତକାଲିର ମ୍ୟାଚ୍‌ ବେଳେ ଇଣ୍ଡିଜ୍‌ ଅଲରାଉଣ୍ଡର କାଏରେନ୍‌ ପୋଲାର୍ଡ ଓ ତାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ବନ୍ଧୁ ତଥା ଟିମ୍‌ ଇଣ୍ଡିଆର ସ୍ପିଡ୍‌ଷ୍ଟର ଯଶପ୍ରୀତ ବୁମ୍ରାଙ୍କ ମଧ୍ୟରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲାର୍ଡ ଏମିତି କିଛି କାମ କରିଥିଲେ, ଯାହାକୁ ଦେଖି ବୁମ୍ରା କ୍ରୋଧିତ ହୋଇଥିଲେ ହେଁ କେବଳ ଆଶ୍ଚର୍ଯ୍ୟ ପ୍ରକଟ କରି ଚୁପ୍‌ ରହିଯାଇଥିଲେ।
ଇଣ୍ଡିଜ୍‌ ବ୍ୟାଟିଂ ଇନିଂସ୍‌ର ୧୧ ତମ ଓଭର୍‌ରେ ଏହି ଘଟଣା ଘଟିଥିଲା। ପୋଲାର୍ଡ ବ୍ୟାଟିଂ କରୁଥିବା ବେଳେ ବୁମ୍ରା ବୋଲିଂ କରିବାକୁ ଆସିଥିଲେ। ବୁମ୍ରା ନିଜ ଓଭର୍‌ ୪ର୍ଥ ବଲ୍‌ଟିକୁ ପୋଲାର୍ଡଙ୍କୁ ପକାଇଥିବା ବେଳେ ଏହା ତାଙ୍କ ବ୍ୟାଟ୍‌ର ଧାରରେ ବାଜି ଉପରକୁ ଉଠିଯାଇଥିଲା।

ବୁମ୍ରା ନିଜେ ଏହି କ୍ୟାଚ୍‌ ନେବାକୁ ଉଦ୍ୟମ କରିଥିଲେ। ଚାଲାକ୍‌ ପୋଲାର୍ଡ ଜାଣିଶୁଣି କ୍ୟାଚ୍‌ ଧରିବାକୁ ଆସୁଥିବା ବୁମ୍ରାଙ୍କ ବାଟ ଓଗାଳିବାକୁ ଚେଷ୍ଟା କରିଥିଲେ। ଏପରି କି ବେଶ ଚାଲାକିର ସହ ବୁମ୍ରା କ୍ୟାଚ୍‌ ଧରିବା ବେଳେ ତାଙ୍କ ଆଗରେ ନିଜର ଡାହାଣ ହାତକୁ ଉଠାଇ ତାଙ୍କୁ ଧ୍ୟାନଚ୍ୟୁତ କରିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ବୁମ୍ରା କୌଣସି ପ୍ରକାରର ଭୁଲ୍‌ ନ କରି କ୍ୟାଚ୍‌ଟିକୁ ଧରିଥିଲେ। ହେଲେ ପୋଲାର୍ଡଙ୍କ ଏଭଳି ଆଚରଣକୁ ବୁମ୍ରା ନାପସନ୍ଦ କରିବା ସହ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।
ଦେଖନ୍ତୁ ସେହି ଘଟଣାର ଭିଡିଓ



from Odisha Reporter https://ift.tt/2JLijoZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages