
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦରୀ ମଡ଼େଲଙ୍କ କଥା ଶୁଣିଲେ ଆପଣ କେତେ କଣ ଭାବୁଥିବେ। ତାଙ୍କ ଡାଏଟ୍ ଚାଟ୍ ବି କ’ଣ ହୋଇଥିବ ଆପଣ ଅନୁମାନ କରୁଥିବେ। ଭାବୁଥିବା ଏହି ଚାଟ୍ରେ କାଜୁ, ଆଲମଣ୍ଡ ଆଉ ଦାମିକିଆ ଆଉ ସ୍ୱାସ୍ଥ୍ୟକର ଖାଦ୍ୟ ସାମିଲ ଥିବ। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଜଣେ ମଡେଲଙ୍କ କଥା କହିବୁ ଯାହାଙ୍କ ଖାଦ୍ୟ ଚାଟ୍ରେ ଥିବା କଥାଟି ସୁଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ହୋଇଯିବେ।
କାଲିଫର୍ନିଆରେ ରହିଛନ୍ତି ଏମିତି ଜଣେ ମଡେଲ ଯିଏ ନିତି ରକ୍ତ ପିଅନ୍ତି। ପିସାଚି ଭଳି ତାଙ୍କ ଅଭ୍ୟାସ୍। ନାଁ ତାଙ୍କର ମିଶେଲ୍। ବୟସ ୩୧ ବର୍ଷ। ମାନସିକ ଅବସାଦରୁ ମୁକ୍ତି ପାଇଁ ସେ ପ୍ରତିଦିନ ରକ୍ତ ପିଇଥାନ୍ତି ବୋଲି ଏକ ଗଣମାଧ୍ୟମକୁ ଭଣ୍ଟରଭ୍ୟୁ ଦେବାବେଳେ ସେ ପ୍ରକାଶ କରିଛନ୍ତି।
ଏଥିପାଇଁ ସେ ବ୍ଲଡ୍ ବ୍ୟାଙ୍କରୁ ରକ୍ତ କିଣନ୍ତି।

ଟେଷ୍ଟ ବି ତାଙ୍କର ଅଜବ ପ୍ରକାରର। ମିଠା ରକ୍ତ ତାଙ୍କର ଅତିପ୍ରିୟ। ତେବେ ସବୁବେଳେ ଏହା ମିଳି ନ ଥାଏ। ଅନ୍ୟ ରକ୍ତର ସ୍ୱାଦ କିଛି ଲୁଣିଆ ଥାଏ ବୋଲି ମିଶେଲ କୁହନ୍ତି। ମିଶେଲଙ୍କ ଏଭଳି ଅଭ୍ୟାସ ଏବେ ତାଙ୍କୁ ଆଣି ଦେଇଛି ସ୍ୱତନ୍ତ୍ର ପରିଚୟ । ତାଙ୍କର ଅନକ ଭିଡ଼ିଓ ଏବଂ ଫଟୋ ସୋସିଆଲ୍ ମିଡ଼ିଆରେ ଅପଲୋଡ ହୋଇଥିବା ସେ କୁହନ୍ତି।
from Odisha Reporter https://ift.tt/2PaxyJa
No comments:
Post a Comment