ଧୋନିଙ୍କ ହେଲିକପ୍ଟର ଶଟ୍‌ ନକଲ କଲେ ରଶିଦ ଖାନ୍‌, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ଧୋନିଙ୍କ ହେଲିକପ୍ଟର ଶଟ୍‌ ନକଲ କଲେ ରଶିଦ ଖାନ୍‌, ଦେଖନ୍ତୁ ଭିଡିଓ

ଦୁବାଇ: ଆଫଗାନିସ୍ତାନର ତାରକା ଖେଳାଳି ରଶିଦ ଖାନ୍‌ ପୁଣି ଚର୍ଚ୍ଚାରେ ରହିଛନ୍ତି। ଏଥର ସେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସିଗନେଚର୍‌ ହେଲିକପ୍ଟର ଶଟ୍‌ର ନକଲ କରିଛନ୍ତି। ଧୋନିଙ୍କ ଭଳି ସେ ମଧ୍ୟ ହେଲିକପ୍ଟର ଶଟ୍‌ ଜରିଆରେ ବଲ୍‌କୁ ସିଧା ବାଉଣ୍ଡରୀ ବାହାରକୁ ମାରିଛନ୍ତି। ରଶିଦ ଖାନ୍‌ଙ୍କ ଏହି ହେଲିକପ୍ଟର ଶଟ୍‌ଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ବର୍ତ୍ତମାନ ଶାରଜାରେ ଚାଲିଥିବା ଟି-୧୦ ଲିଗ୍‌ରେ ରଶିଦ ମରାଠା ଆରବିୟାନସ୍‌ ପକ୍ଷରୁ ଖେଳୁଛନ୍ତି। ପାକଥୁନ୍ସ ବିପକ୍ଷ ମ୍ୟାଚ୍‌ରେ ରଶିଦ ତାଙ୍କ ବ୍ୟାଟ୍‌ର ଜଲୱା ଦେଖାଇଛନ୍ତି। ଘଟଣାଟି ମରାଠା ଆରବିୟାନ୍ସର ୮ମ ଓଭର୍‌ର ଶେଷ ବଲ୍‌ରେ ଘଟିଥିଲା। ପାକଥୁନ୍ସ ପକ୍ଷରୁ ମ୍ୟାଚ୍‌ ଖେଳୁଥିବା ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଇରଫାନ ଏକ ଫୁଲ ଲେଙ୍ଗଥ ବଲ୍‌ ରଶିଦ ଖାନ୍‌ଙ୍କୁ ପକାଇଥିଲେ। ତେବେ ରଶିଦ ଖାନ୍‌ ଏହାକୁ ବେଶ ଚମତ୍କାର ଢଙ୍ଗରେ ସିଧାସଳଖ ବାଉଣ୍ଡରୀ ବାହାରକୁ ପଠାଇ ଦେଇଥିଲେ। ତେବେ ହେଲିକପ୍ଟର ଶଟ୍‌ଟି ହିଁ ବଲ୍‌ଟିକୁ ବାଉଣ୍ଡରୀ ବାହାରକୁ ପଠାଇଥିଲା। ଏହାକୁ ମରାଠା ଆରବିୟାନ୍ସର ଅଧିନାୟକ ତଥା ପୂର୍ବତନ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ବୀରେନ୍ଦ୍ର ସେହ୍ୱାଗଙ୍କ ସମେତ ଦର୍ଶକମାନେ କରତାଳି ଦେଇ ସ୍ୱାଗତ କରିଥିଲେ।

ଯଦି ଆମେ ମ୍ୟାଚ୍‌ କଥା ଦେଖିବା ତା’ହେଲେ ମରାଠା ଆରବିୟାନ୍ସ ନିର୍ଦ୍ଧାରିତ ୧୦ ଓଭର୍‌ରେ ୬ ୱିକେଟ୍‌ ହରାଇ ୧୨୫ ରନ୍‌ କରିଥିଲା। କିନ୍ତୁ ପାକଥୁନ୍ସ ୪ଟି ବଲ୍‌ ପୂର୍ବରୁ ଏହି ଟାର୍ଗେଟକୁ ହାସଲ କରିନେଇଥିଲା। ମରାଠା ଆରବିୟାନ୍ସ ମ୍ୟାଚ୍‌ ହାରିଥିଲେ ହେଁ ରଶିଦ ଖାନ୍‌ଙ୍କ ହେଲିକପ୍ଟର ଶଟ୍‌କୁ ସମସ୍ତେ ପ୍ରଶଂସା କରିଛନ୍ତି।

ଦେଖନ୍ତୁ ଭିଡିଓ:



from Odisha Reporter https://ift.tt/2Rn9G7g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages