ମେକ୍ ଇନ୍ ଓଡ଼ିଶାର ପ୍ଲାନ୍: ଶିଳ୍ପ ପ୍ରତିଷ୍ଠାରେ ସରକାରଙ୍କ ଆନ୍ତରିକତାକୁ ନେଇ ଉଠିଲା ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ମେକ୍ ଇନ୍ ଓଡ଼ିଶାର ପ୍ଲାନ୍: ଶିଳ୍ପ ପ୍ରତିଷ୍ଠାରେ ସରକାରଙ୍କ ଆନ୍ତରିକତାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ତିନି ଦିନ ପରେ ଭୁବନେଶ୍ୱର ଜନତା ମଇଦାନରେ ହେବ ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ। ୫ ଦିନ ଧରି ହେବାକୁ ଥିବା ଏହି କନ୍‌କ୍ଲେଭ ପାଇଁ ଚାଲିଛି ବିରାଟ ଆୟୋଜନ। ପ୍ରଥମ ସଂସ୍କରଣ ତୁଳନାରେ ଅଧିକ ପୁଞ୍ଜିନିବେଶ ଟାଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।୬ ଟି କ୍ଷେତ୍ରକୁ ଦିଆଯାଇଛି ଅଧିକ ଗୁରୁତ୍ୱ।

ତେବେ ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଆସିବାକୁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ସରକାର ନୂଆ ନୀତି ବି ଆଣିଛନ୍ତି। ପର୍ଯ୍ୟଟନ, ସ୍ୱାସ୍ଥ୍ୟ ,କୃଷି ଶିଳ୍ପ, ବୟନ ଶିଳ୍ପ , ଖାଦ୍ୟ ପ୍ରକିୟାକରଣ ଶିଳ୍ପକୁ ବି ଫୋକସରେ ରଖିଛନ୍ତି। ବିଦେଶ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ ପାଇଁ ଏଥର ଭରପୁର ଉଦ୍ୟମ ବି ହୋଇଛି। ୬ ଟି ଦେଶକୁ ଗସ୍ତ କରିଛନ୍ତି ଶିଳ୍ପବିଭାଗର ଟିମ୍।

ତେବେ ରାଜ୍ୟରେ ଶିଳ୍ପ ପ୍ରତିକୂଳ ବାତାବରଣ ଓ ପସ୍କୋ ମିତ୍ତଲ ପରି ବଡ଼ କମ୍ପାନୀ ମୁହଁ ଫେରାଇବାର ଅନୁଭୂତିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧୀ। ବିଜେପି କହିଛି ଶିଳ୍ପ ପାଇଁ ଭିତ୍ତିଭୂମି ଯୋଗାଇବାରେ ସରକାର ଫେଲ୍ ହୋଇଛନ୍ତି। କଂଗ୍ରେସ କହିଛି ଶିଳ୍ପକୁ ନେଇ ସରକାରଙ୍କ ପ୍ରଚାର ଅଧିକ। କିନ୍ତୁ କାମ କମ୍ । ବିଶେଷଜ୍ଞ ମଧ୍ୟ ଶିଳ୍ପ ଅନୁକୂଳ ବାତାବରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଇଜ୍ ଅଫ୍ ଡୁଇଙ୍ଗ ବିଜ୍‌ନେସ୍‌ରେ ୩ ବର୍ଷ ହେଲା ଓଡିଶାର ରାଙ୍କ୍‌ ୭ରୁ ଖସି ୧୪ରେ ପହଞ୍ଚିଲାଣି। ଇମ୍ଫା ପରି ପୁରୁଣା ଶିଳ୍ପାନୁଷ୍ଠାନ ବନ୍ଦ ପାଇଁ ପ୍ରାୟୋଜିତ ଆନ୍ଦୋଳନ ବି ସରକାରଙ୍କ ଶିଳ୍ପ ପ୍ରତିଷ୍ଠାର ଆନ୍ତରିକତାକୁ ନେଇ ପ୍ରଶ୍ନ ଚିହ୍ନ ଲଗାଇଛି।

୨୦୧୬ରେ ସରକାର ଆୟୋଜନ କରିଥିବା ମେକ୍-ଇନ୍- ଓଡିଶାରେ ୨ ଲକ୍ଷ କୋଟିର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିବା ସରକାର ଦାବି କରିଅଥିଲେ। ତେବେ ସେଥିରୁ କେଉଁ କଂପାନୀ ବାସ୍ତବିକ୍ ଶିଳ୍ପ ପ୍ରତିଷ୍ଠା କଲେ, ସେ ତଥ୍ୟ ବି ସରକାର ଲୋକଲୋଚନକୁ ଆଣିବା ଉଚିତ୍ ।



from Odisha Reporter https://ift.tt/2RMeJhx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages