ପ୍ରଥମ ଥର ପାଇଁ ଆମେରିକା ସଂସଦକୁ ଦୁଇ ମୁସଲିମ ମହିଳା ନିର୍ବାଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ପ୍ରଥମ ଥର ପାଇଁ ଆମେରିକା ସଂସଦକୁ ଦୁଇ ମୁସଲିମ ମହିଳା ନିର୍ବାଚିତ

ଚିକାଗୋ: ପ୍ରଥମ ଥର ପାଇଁ ଆମେରିକା ଇତିହାସରେ ଦୁଇ ଜଣ ମହିଳା ଦେଶର ସଂସଦ ବା କଂଗ୍ରେସକୁ ନିର୍ବାଚିତ ହୋଇଛନ୍ତି। ଜଣେ ସୋମାଲିଆର ଶରଣାର୍ଥୀ ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ପାଲେଷ୍ଟାଇନ୍‌ରେ ଜନ୍ମିତ ମହିଳା। ଉଭୟ ଡେମୋକ୍ରାଟସ୍‌ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। ସୋମାଲିଆ ଶରଣାର୍ଥୀଙ୍କ ନାଁ ଇଲହାନ ଓମର(୩୭) ହୋଇଥିବା ବେଳେ ପାଲେଷ୍ଟିନୀୟ ମହିଳାଙ୍କ ନାଁ ରଶିଦା ତଲଇବ(୪୨)।

ଗୋଟିଏ ପଟେ ଟ୍ରମ୍ପ ପ୍ରଶାସନ ଶରଣାର୍ଥୀ ଓ ମୁସଲିମଙ୍କ ବିରୋଧରେ ଯୋଜନା ପରେ ଯୋଜନା କରୁଥିବା ବେଳେ ତାଙ୍କ ବିରୋଧୀ ଦଳରୁ ଏଭଳି ଦୁଇ ଜଣ ମୁସଲିମ ମହିଳା ନିର୍ବାଚିତ ହେବା ଏବେ ଆମେରିକା ରାଜନୀତିରେ ନୂଆ ମୋଡ଼ ଆଣିବ।

ଇଲହାନ ଡେମୋକ୍ରାଟସ୍‌ଙ୍କ ଗଡ଼ କୁହାଯାଉଥିବା ମିନିଆପଲିସ୍‌ରୁ ବିଜୟୀ ହୋଇଥିବା ବେଳେ ରଶିଦା ଡେଟ୍ରୋଏଟ୍‌ରୁ ଡିୟରବର୍ଣ୍ଣ ପର୍ଯ୍ୟନ୍ତ ଲମ୍ବିଥିବା କଂଗ୍ରେସିଆଲ୍‌ ଡିଷ୍ଟ୍ରିକ୍ଟରୁ ନିର୍ବାଚିତ ହୋଇଛନ୍ତି।



from Odisha Reporter https://ift.tt/2SYEufU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages