ଟଏଲେଟ୍‌ରେ ଠାକୁରଙ୍କ ଫଟୋ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ଟଏଲେଟ୍‌ରେ ଠାକୁରଙ୍କ ଫଟୋ !

ନୂଆଦିଲ୍ଲୀ: ଆପଣ ରାସ୍ତାରେ ଯାଉଥିବା ସମୟରେ ଯଦି କୌଣସି ଦେବଦେବୀଙ୍କ ଫଟୋ ଦେଖନ୍ତି, ତେବେ ମୁଣ୍ଡ ନୁଆଁଇ ପ୍ରଣାମ ନିଶ୍ଚୟ କରୁଥିବେ। ଭାରତୀୟ ସଂସ୍କୃତିରେ ଦେବୀ-ଦେବତାଙ୍କର ଏକ ବିଶେଷ ସ୍ଥାନ ରହିଛି। ଯଦି କୌଣସି ସ୍ଥାନରେ ଦେବ-ଦେବୀଙ୍କ ଅପମାନ କରାଯାଏ, ତେବେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥାଏ।

ସେହିପରି ଏକ ବିବାଦପୂର୍ଣ୍ଣ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଆମେରିକା ନ୍ୟୁୟର୍କର ଏକ ଭିଆଇପି ପବ୍‌ର ଟଏଲେଟ୍‌ରେ ହିନ୍ଦୁ ଦେବୀ-ଦେବତାଙ୍କ ଫଟୋ ଲଗାଯାଇଥିବା ଘଟଣା ସାମ୍ନାକୁ ଆସିଛି।

ଓହିଓରେ ରହୁଥିବା ଅଙ୍କିତା ମିଶ୍ରା ନାମ୍ନୀ ଜଣେ ଭାରତୀୟ ମହିଳା ଏପରି ଫଟୋ ଲାଗିଥିବା ଦେଖିବାକୁ ପାଇଥିଲେ। କିଛି ଦିନ ପୂର୍ବରୁ ସେ ନ୍ୟୁୟର୍କ ହାଉସ୍‌ରେ ଏହି ପବ୍‌କୁ ଯାଇଥିଲେ। ଯେଉଁଠାରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ପାର୍ଟି ହୋଇଥାଏ।

କିନ୍ତୁ ଅଙ୍କିତା ଯେବେ ପବ୍‌ର ଭିଆଇପି ଟଏଲେଟ୍‌କୁ ଯାଇଥିଲେ, ସେଠାରେ ସେ ଯାହା ଦେଖିଥିଲେ, ଆଖିକୁ ବିଶ୍ୱାସ କରିପାରି ନ ଥିଲେ। ଟଏଲେଟ୍‌ର କାନ୍ଥରେ ଦେବୀ-ଦେବତାଙ୍କ ଫଟୋ ଲଗାଯାଇଥିଲା।

ହିନ୍ଦୁ ଦେବାଦେବୀଙ୍କ ଏହି ଫଟୋ ସବୁକୁ ଦେଖିବା ପରେ ମହିଳା ଜଣକ ପବ୍ ମାଲିକଙ୍କୁ ମେଲ୍‌ କରି ନିଜର ଆପତ୍ତି ଜଣାଇଥିଲେ। ମେଲ୍‌ ପାଇବା ପରେ ପବ୍‌ ମାଲିକ ନିଜର ଭୁଲ୍‌କୁ ସ୍ୱୀକାର କରିଥିଲେ ଏବଂ ଭାରତୀୟ ସଂସ୍କୃତିକୁ ନ ବୁଝି ଏହି ଭୁଲ୍‌ କରିଛନ୍ତି ବୋଲି ଉତ୍ତର ରଖିଥିଲେ। ପବ୍‌ ମାଲିକ ଟଏଲେଟ୍‌ କାନ୍ଥରୁ ଦେବୀ-ଦେବତାଙ୍କ ଫଟୋ ହଟାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।



from Odisha Reporter https://ift.tt/2PCHBfr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages