ସୀମା ଅତିକ୍ରମ କଲେ ଆମେ ବି ଜବାବ ଦେବୁ, କହିଲେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ସୀମା ଅତିକ୍ରମ କଲେ ଆମେ ବି ଜବାବ ଦେବୁ, କହିଲେ ବିରାଟ୍‌

ବ୍ରିସବେନ୍‌: ଆସନ୍ତାକାଲିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବ୍ରିସବେନ୍‌ରେ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ସ୍ଲେଜିଂ ନେଇ ପୁଣି ମତ ରଖିଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି।

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ସେ ଯାହା କହିଥିଲେ, ଏବେ ମଧ୍ୟ ଅନୁରୂପ କଥା କହିଛନ୍ତି। ସେ କହିଛନ୍ତି, ଆମେ କୌଣସି ଝଗଡ଼ା ଆଗ ଆରମ୍ଭ କରି ନଥାଉ। କିନ୍ତୁ ଯଦି ପ୍ରତିପକ୍ଷ ଦଳ ସୀମା ଅତିକ୍ରମ କରିବ, ତା’ହେଲେ ଆମେ ଏହାର ଜବାବ ଦେବାକୁ କେବେ ହେଲେ ପଛଘୁଞ୍ଚା ଦେବୁନାହିଁ।

ନିଜର ଆତ୍ମସମ୍ମାନ ଓ ଆତ୍ମରକ୍ଷା ପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି ବିରାଟ୍‌ ସ୍ପଷ୍ଟ କରିଛନ୍ତି।

ଟି-୨୦ ସିରିଜ୍‌ ପୂର୍ବରୁ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିରାଟ୍‌ କହିଛନ୍ତି, “ ଆଗ୍ରେସନ୍‌ କେମିତି ରହିବ, ତାହା ଖେଳ ପଡ଼ିଆର ସ୍ଥିତି ଉପରେ ନିର୍ଭର କରେ। ଯଦି ପ୍ରତିପକ୍ଷ ଦଳ ଆପଣଙ୍କୁ ଅଙ୍ଗୁଳି ଦେଖାନ୍ତି, ତା’ହେଲେ ଏହାର ଜବାବ ଦେବା ଦରକାର।

ଭାରତ ଏମିତି ଏକ ଦଳ, ଯାହାର ଖେଳାଳିମାନେ କେବେ ବି ପଡ଼ିଆରେ କୌଣସି ଅପ୍ରୀତିକର ଘଟଣା ନିଜ ଆଡ଼ୁ ଆରମ୍ଭ କରନ୍ତି ନାହିଁ।

କିନ୍ତୁ ଆମେ ସର୍ବଦା ଆତ୍ମସମ୍ମାନର ସୁରକ୍ଷା ନିମନ୍ତେ ଏକ ସୀମାରେଖା ଟାଣିଥାଉ। ଯଦି କେହି ଏହାକୁ ଅତିକ୍ରମ କରେ, ତା’ହେଲେ ଏହାର ଜବାବ ଦେବାକୁ ଆମେ କେବେ ପଛାଇବୁ ନାହିଁ।”

ଭାରତ ଅଷ୍ଟ୍ରେଲିଆରେ ୩ ଟି-୨୦, ୪ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ।



from Odisha Reporter https://ift.tt/2PGoCAr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages