
ମୁମ୍ବାଇ: ଏବେ ଦେଶର ଚାରିଆଡ଼େ ଗୋଟିଏ ପରେ ଗୋଟିଏ ବାଘଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ଗତକାଲି ଓଡ଼ିଶାରେ ଏକ ବାଘର ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ବେଳେ ଆଜି ମହାରାଷ୍ଟ୍ରରେ ଦୁଇଟି ବାଘ ଛୁଆଙ୍କ ଜୀବନ ଯାଇଛି।
ଏହି ଦୁଇ ବାଘ ଛୁଆଙ୍କୁ ଏକ ଦ୍ରୁତଗାମୀ ଟ୍ରେନ୍ ଧକ୍କା ଦେବାରୁ ସେମାନଙ୍କୁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ଚନ୍ଦ୍ରପୁର ଓ ନାଗବିହିଡ ରେଳ ଷ୍ଟ୍ରେସନ୍ ମଧ୍ୟରେ ଏହି ଘଟଣାଟି ଘଟିଛି।
ଆଜି ସକାଳ ପ୍ରାୟ ୭.୩୦ରେ ବାଲହାରଶାହା-ଗୋଣ୍ଡିଆ ପାସେଞ୍ଜର ଟ୍ରେନ୍ ଏହି ରେଳ ଧାରଣା ଅତିକ୍ରମ କରୁଥିଲା। ଏହି ସମୟରେ ଦୁଇଟି ବାଘ ଛୁଆ ଟ୍ରେନ୍ ଲାଇନ୍କୁ ଚାଲିଆସିଥିଲେ। ଫଳରେ ଟ୍ରେନ୍ ଧକ୍କାରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଉଭୟ ବାଘ ଛୁଆଙ୍କ ବୟସ ୬ ମାସ ହେବ।
ଏହାପୂର୍ବରୁ ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ମଧ୍ୟ ବାଘମାନଙ୍କର ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/2qLnpsG
No comments:
Post a Comment