ଆଗ୍ରାର ନାଁ ବଦଳାଇବାକୁ ଦାବି କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଆଗ୍ରାର ନାଁ ବଦଳାଇବାକୁ ଦାବି କଲା ବିଜେପି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କ୍ଷମତାସୀନ ଯୋଗୀ ଆଦିତ୍ୟନାଥ ସରକାର ଆହ୍ଲାବାଦର ନାଁକୁ ପ୍ରୟାଗରାଜ ଓ ଫୈଜାବାଦକୁ ଅଯୋଧ୍ୟା ଭାବେ ନାମିତ କରିବା ପରେ ରାଜ୍ୟର ଆଉ କିଛି ସହରର ନାଁକୁ ବଦଳାଇବାକୁ ଖୋଦ୍‌ ସରକାରୀ ଦଳ ବିଜେପି ଦାବି କରିଛି।

ବିଜେପି ବିଧାୟକ ଜଗନ ପ୍ରସାଦ ଗର୍ଗ ଏବେ ଆଗ୍ରାର ନାଁକୁ ବଦଳାଇବାକୁ ଯୋଗୀ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଆଗ୍ରାର ନାଁକୁ ଆଗ୍ରାବନ୍‌ କିମ୍ବା ଅଗ୍ରୱାଲ ନାଁରେ ନାମିତ କରିବାକୁ ସେ କହିଛନ୍ତି।

ଆଗ୍ରା ଉତ୍ତର ନିର୍ବାଚନ ମଣ୍ଡଳୀର ଏହି ବିଧାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଆଗ୍ରା ଶବ୍ଦର ମାନେ କିଛି ନାହିଁ। ଆଗ୍ରା ଶବ୍ଦର ଅର୍ଥ ଆପଣ ଯେଉଁଠି ବି ଖୋଜିବେ ପାଇବେ ନାହିଁ। ଏଭଳି ନାଁ କ’ଣ ପ୍ରମାଣିତ କରୁଛି? ପୂର୍ବରୁ ଏଠାରେ ଅନେକ ଜଙ୍ଗଲ ଥିଲା। ଅଗ୍ରୱାଲ ସଂପ୍ରଦାୟର ଲୋକମାନେ ଏଠାରେ ରହୁଥିଲେ। ତେଣୁ ଏବେ ଆଗ୍ରାକୁ ଆଗ୍ରା-ବନ କିମ୍ବା ଅଗ୍ର-ୱାଲ ଭାବେ ନାମିତ କରାଯିବା ଦରକାର।”

ଆଉ ଜଣେ ବିଜେପି ବିଧାୟକ ସଙ୍ଗୀତ ସୋମ କହିଛନ୍ତି, ମୁଜାଫରନଗରର ନାଁକୁ ଲକ୍ଷ୍ମୀ ନଗର ଭାବେ ନାମିତ କରାଯିବା ଦରକାର। ଏଭଳି ନାଁ ପାଇଁ ଲୋକମାନେ ଦାବି କରୁଛନ୍ତି। ବିଜେପି ବର୍ତ୍ତମାନ ସବୁ ସହରର ନାଁକୁ ବଦଳାଇ ଭାରତୀୟ ସଂସ୍କୃତିକୁ ପୁଣି ପ୍ରଚଳନ କରିବାକୁ ଚାହୁଁଛି। ହିନ୍ଦୁତ୍ୱବାଦକୁ ସମାପ୍ତ କରି ମୁସଲିମ୍‌ ଶାସକମାନେ ଏଭଳି ଭାରତୀୟ ସହରର ନାଁକୁ ବଦଳାଇ ଥିଲେ। ତେଣୁ ବିଜେପି ଏବେ ଦେଶକୁ ସୁରକ୍ଷିତ କରିବା ପାଇଁ ଏଭଳି ନାଁକୁ ବଦଳାଇବା ଆରମ୍ଭ କରିଛି। ଦେଶର ଅନେକ ସହରର ନାଁକୁ ବଦଳାଇବାର ସମୟ ଆସିଯାଇଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2qExoAi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages