
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତିକୁ ଆସିବାକୁ ମନ ବଳାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ। ୨୦୧୯ ନିର୍ବାଚନ ପୂର୍ବରୁ ସେ ରାଜନୀତି ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି । ତେବେ କେଉଁ ଦଳରେ ସାମିଲ ହେବେ, ସେ ନେଇ ମୁହଁ ଖୋଲି ନ ଥିବାବେଳେ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପୃଥ୍ୱୀ ବଲ୍ଲଭ ତାଙ୍କୁ ଏ ନେଇ କୌଣସି ସୂଚନା ଦେଇ ନାହାନ୍ତି ।
ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ଜଣେ ସଂସ୍କୃତ ବିଦ୍ୱାନ, ସାହିତ୍ୟିକ, ସମାଜ ସଂସ୍କାରକଭାବେ ଜାନକୀ ବେଶ ପରିଚିତ ଥିଲେ। ତେବେ ରଜନୀତିର ଶେଷ ସମୟରେ ଆସାମର ରାଜ୍ୟପାଳ ରହି ଅବସର ନେଇଥିଲେ।
from Odisha Reporter https://ift.tt/2Duv7Py
No comments:
Post a Comment