ରିଲିଜ୍‌ ହେଲା ଓଡ଼ିଶା ହକି ବିଶ୍ୱକପ୍‌ ଆନ୍ଥମ୍‌ ଟିଜର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ରିଲିଜ୍‌ ହେଲା ଓଡ଼ିଶା ହକି ବିଶ୍ୱକପ୍‌ ଆନ୍ଥମ୍‌ ଟିଜର୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲିଜ୍‌ ହେଲା ହକି ବିଶ୍ୱକପ୍‌ ଆନ୍ଥମ୍‌ର ଟିଜର୍। ଭୁବନେଶ୍ୱରରେ ଆରମ୍ଭ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ଉତ୍ସବ ଲାଗି ରାଜଧାନୀ ସଜେଇ ହେଉଥିବା ବେଳେ ଆଜି ସନ୍ଧ୍ୟାରେ ହକି ବିଶ୍ୱକପ୍‌ ଆନ୍ଥମ୍‌ର ଟିଜର୍ ରିଲିଜ୍‌ ହୋଇଛି। ଅସ୍କାର ବିଜେତା ସଙ୍ଗୀତକାର ଏ.ଆର.ରହମାନ୍‌ଙ୍କ ଦ୍ୱାରା ପ୍ରସ୍ତୁତ ଏହି ଟିଜରର ଅବଧି ରହିଛି ୪୬ ସେକେଣ୍ଡ। ରହମାନ୍‌ଙ୍କ ସହ ଏହି ପ୍ରମୋରେ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ହକିଷ୍ଟିକ୍‌ ଧରି ନଜର ଆସୁଛନ୍ତି। ୟୁ ଟ୍ୟୁବ୍‌ରେ ଏହି ଆନ୍ଥମ୍‌ର ଟିଜର୍ ଭିଡିଓ ଆପଣ ଦେଖିପାରିବେ।

ଏହି ଆନ୍ଥମ୍‌ର ପ୍ରମୋ ଭିଡିଓରେ ଓଡିଶାର କଳା ସଂସ୍କୃତିକୁ ପ୍ରଦର୍ଶନ କରାଯାଇଛି। ପୁରୀର ମେଢ ନୃତ୍ୟ ସହ ଆଦିବାସୀ ନୃତ୍ୟ ଏହି ପ୍ରମୋରେ ଦେଖିବାକୁ ମିଳିଛି। ଅପରପକ୍ଷେ ଭୁବନେଶ୍ୱର ହକି ଷ୍ଟାଡିୟମ୍‌ର ଦୃଶ୍ୟ ମଧ୍ୟ ଏଥିରେ ସ୍ଥାନ ପାଇଛି।

ଆଜି ସନ୍ଧ୍ୟାରେ ଏହି ଟିଜର୍ ରିଲିଜ୍‌ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହମାନଙ୍କୁ ଟୁଇଟ୍‌ କରି କୃତଜ୍ଞତା ଜଣାଇଛନ୍ତି।

ସେ ଲେଖିଛନ୍ତି “ରହମାନ୍‌ ଜୀ, ଓଡିଶା ହକି ବିଶ୍ୱକପ୍‌ ଆନ୍ଥମ୍‌ ପାଇଁ ଆପଣଙ୍କୁ ଧନ୍ୟବାଦ୍‌। ଏହାର ଆକର୍ଷଣୀୟ ଟିଜର୍‌ ଭାରତୀୟ ହକି ପ୍ରେମୀଙ୍କୁ ୨୦୧୮ ହକି ବିଶ୍ୱକପ୍‌ ଲାଗି ନିଶ୍ଚିତ ଉତ୍ସାହିତ କରିବ। ଏହାର ପୂର୍ଣ୍ଣାଙ୍ଗ ସ୍ୱରୂପ ଦେଖିବା ଲାଗି ଆମେ ଭୁବନେଶ୍ୱର ଓ କଟକରେ ଅପେକ୍ଷାରେ ଅଛୁ।”

‘ମୁଁ ସମ୍ମାନିତ ଓ ଉତ୍ସାହିତ’, ରି-ଟୁଇଟ୍‌ କରି ଏମିତି ଢଙ୍ଗରେ ନିଜ ଉତ୍ତର ରଖିଛନ୍ତି ରହମାନ୍‌।



from Odisha Reporter https://ift.tt/2OKJhy9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages