ହାଇକୋର୍ଟ ବାରରୁ ବହିଷ୍କୃତ ହେଲେ ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ୩ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ହାଇକୋର୍ଟ ବାରରୁ ବହିଷ୍କୃତ ହେଲେ ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ୩ ନେତା

highcourt

କଟକ (ଓଡ଼ିଶା ରିପୋର୍ଟର): ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗ ବାରର ତିନି ଜଣ ବରିଷ୍ଠ ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କୁ ହାଇକୋର୍ଟ ବାରରୁ ବହିଷ୍କୃତ କରାଯାଇଛି। ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ଆବାହକ ମିଲନ କାନୁନ୍‌ଗୋ, ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାଶ ଓ ବାରର ପୂର୍ବତନ ଉପସଭାପତି ବଂଶୀଧର ଶତପଥୀଙ୍କୁ ବହିଷ୍କୃତ କରାଯାଇଛି। ଏଥିସହ ବାର୍ କାଉନ୍‌ସିଲ୍‌ ଅଧ୍ୟକ୍ଷ ଟହଲି ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ହାଇକୋର୍ଟ ବାର୍ ସମ୍ପାଦକ ସତ୍ୟବ୍ରତ ମହାନ୍ତି।

ଆଜି ଏଠାରେ ଅନୁଷ୍ଠିତ ହାଇକୋର୍ଟ ବାର ଆସୋସିଆସନର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ପୁଲିସ-ଆଇନ୍‌ଜୀବୀ ବିବାଦ ଘଟଣାରେ କଟକ ହାଇକୋର୍ଟ ଆଇନ୍‌ଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ। ଆସନ୍ତା ୯ ଯାଏ କାର୍ଯ୍ୟ ବନ୍ଦ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ଆଇନ୍‌ଜୀବୀ ସଂଘ। ୯ରେ ହାଇକୋର୍ଟରେ ଶୁଣାଣି ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ ସଂଘ। ତଦନ୍ତ କରୁଥିବା ଆଇଜିଙ୍କୁ ୯ ତାରିଖ ମଧ୍ୟରେ ପୁଲିସର ଓକିଲଙ୍କୁ ମାଡ଼ ମାରିବା ମାମଲାର ତଦନ୍ତ ସାରି ଚାର୍ଜସିଟ୍‌ ଦାଖଲ ଲାଗି ମହଲତ ଦେଇଛନ୍ତି ହାଇକୋର୍ଟ।



from Odisha Reporter https://ift.tt/2P5RFgv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages