ବିଜେଡିରେ ପୁଣି ଆଉ ଏକ ଆଇଟି ଟିମ୍ ଗଠନକୁ ନେଇ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ବିଜେଡିରେ ପୁଣି ଆଉ ଏକ ଆଇଟି ଟିମ୍ ଗଠନକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନିଜର ଆଇଟି ଟିମ୍ ଘୋଷଣା କରିଛି। ପ୍ରଶାସକରୁ ରାଜନେତା ପାଲଟିଥିବା ଅମର ପଟ୍ଟନାୟକଙ୍କ ନେତୃତ୍ୱରେ ୬ଜଣିଆ ଆଇଟି ଟିମ୍ ଗଠନ ହୋଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟିମକୁ ଅନୁମୋଦନ କରିଛନ୍ତି। ତେବେ ପୂର୍ବରୁ ଦଳର ଏକାଧିକ ଆଇଟି ଟିମ୍ ରହିଥିବାବେଳେ ଏବେ ଏହି ଟିମର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ ଉଠିଛି। ଏହି ଟିମ୍ ବାସ୍ତବରେ କିଛି କାର୍ଯ୍ୟ କରିବ ନା କେବଳ ଦଳରେ ନିଜର ପାୱାର ଶୋ’ କରିବା ପାଇଁ ଅମର ବିଜେଡିର ୩ ଛାମୁଆ ସଂଗଠନର ନେତୃ୍ତ୍ୱଙ୍କୁ ଟିମରେ ସାମିଲ କରିଛନ୍ତି, ତାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା।

ବିଜେଡି ପକ୍ଷରୁ ଜାରି ପ୍ରେସ ରିଲିଜ୍ ଅନୁସାରେ ବିଜେଡି ଆଇଟି ୱିଙ୍ଗର ଅଧ୍ୟକ୍ଷ ଭାବେ ଅମର ପଟ୍ଟନାୟକ କାମ କରିବେ।ଏହି ୱିଙ୍ଗର ସଦସ୍ୟ ଭାବେ ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ସ୍ୱାଇଁ, ମହିଳା ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀମୟୀ ମିଶ୍ର ଓ ସୁଲୋଚନା ଦାସ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏବଂ ପ୍ରସେନଜିତ୍ ପତି ସଦସ୍ୟ ଅଛନ୍ତି।ଏହି ଟିମ୍ ତତ୍କାଳ ରାଜ୍ୟବ୍ୟାପୀ ଦଳର ଆଇଟି ସଂକ୍ରାନ୍ତ ସମସ୍ତ କାର୍ଯ୍ୟ କରିବ ବୋଲି ବିଜେଡି ପକ୍ଷରୁ ଜାରି ପ୍ରେସ ରିଲିଜରେ କୁହାଯାଇଛି।

ଏଠାରେ ପ୍ରଶ୍ନ ଉଠୁଛି ଏବେ ବିଜେଡି ପାଇଁ ଏକାଧିକ ଆଇଟି ସେଲ୍ କାମ କରୁଥିବାବେଳେ ଦଳ ପକ୍ଷରୁ ପୁଣି ଏକ ଆଇଟି ସେଲ କେଉଁ କାମରେ ଲାଗିବ? ଯୋଜନା ଓ ସମନ୍ୱୟ ବିଭାଗର ଓଏସଡି ତଥା ସ୍ୱତନ୍ତ୍ର ସଚିବ ସୁଜିତ୍ କୁମାରଙ୍କ ପାଖରେ କାମ କରୁଥିବା ପ୍ରସେନଜିତଙ୍କ ନେତୃତ୍ୱାଧୀନ ଆଇଟି ଟିମ୍ ଏବେ ଅମରଙ୍କ ଅଧୀନରେ କାର୍ଯ୍ୟ କରୁଛନ୍ତି। ସେହି ଟିମର ଅନ୍ୟଜଣେ ସଦସ୍ୟ ଏବେ ତୃତୀୟ ମହଲାର ଜଣେ ବରିଷ୍ଠ ଅଧିକାରୀଙ୍କ ପୁଅଙ୍କ ସହ ମିଶି ବିଜେଡି ପାଇଁ ସୋଶାଲ ମିଡିଆରେ ଭିଡିଓ କ୍ୟାମ୍ପେନ୍ ଚଳାଇଛନ୍ତି। ଦଳର ପ୍ୟାନେଲିଷ୍ଟ ହୋଇଥିବା ଜଣେ ପୂର୍ବତନ ସାମ୍ବାଦିକ ମଧ୍ୟ ଏବେ ସୋଶାଲ ମିଡିଆରେ ‘ନେଗେଟିଭ୍’ କ୍ୟାମ୍ପେନ୍ ଚଳାଇଛନ୍ତି। ସେହିପରି ଏକ ଆଇଟି କମ୍ପାନୀ ଏବେ ଉଭୟ ସରକାର ଓ ଦଳର ଆଇଟି ସଂକ୍ରାନ୍ତ ଗତିବିଧିରେ ସମ୍ପୃକ୍ତ ରହିଛି।ସେହିପରି ଜଣେ ରାଷ୍ଟ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ଦଳର ହ୍ୱାଟସଅପ୍ ଗ୍ରୁପ୍ ପରିଚାଳନା କରୁଛନ୍ତି। ଏସବୁ ବ୍ୟତୀତ ଦଳର ବିଭିନ୍ନ ନେତା ଓ କର୍ମୀମାନେ ମଧ୍ୟ ନିଜ ନିଜ ସ୍ତରରେ ସୋଶାଲ ମିଡିଆ କ୍ୟାମ୍ପେନ ଚଳାଇଛନ୍ତି।

ତେଣୁ ମାସିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଏତେ ଟିମ୍ ଏବେ ଦଳ ପାଇଁ ଆଇଟି ସଂକ୍ରାନ୍ତ କାର୍ଯ୍ୟ କରୁଥିବାବେଳେ ଅମରଙ୍କ ଏହି ନୂଆ ଟିମ୍ ଗଠନ କରିବାର ଯଥାର୍ଥତା କ’ଣ ରହିଛି ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି। ଦଳର ୩ ଛାମୁଆ ସଂଗଠନର ମୁଖ୍ୟମାନଙ୍କୁ ନିଜ ନିୟନ୍ତ୍ରଣରେ ରଖି ଅମର ବିଜେଡିରେ ନିଜର ଦବଦବା ଦେଖାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2FnvlKP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages