୪ବର୍ଷର ଶିଶୁକୁ ଲିଫ୍ଟରେ ମାଡ଼ ମାରୁଛନ୍ତି ମହିଳା, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

୪ବର୍ଷର ଶିଶୁକୁ ଲିଫ୍ଟରେ ମାଡ଼ ମାରୁଛନ୍ତି ମହିଳା, ଭିଡିଓ ଭାଇରାଲ୍‌

ମୁମ୍ୱାଇ:  ଛୋଟ ଛୁଆଙ୍କୁ ଦେଖିଲେ, ଆପଣ ତାଙ୍କ ପାଖକୁ ଯାଇ ସ୍ନେହ କରିଥାନ୍ତି କିମ୍ୱା ଚକୋଲେଟ୍‌ ଦେଇଥାନ୍ତି। କିନ୍ତୁ କେବେ ୪ବର୍ଷର ଛୋଟ ଶିଶୁକୁ ନିସ୍ତୁକ ମାଡ଼ ମାରିବା ଆପଣ ଦେଖିଛନ୍ତି କି?

ତା ହେଲେ ଦେଖନ୍ତୁ। ତଳେ ଦିଆଯାଇଥିବା ଭିଡିଓଟିକୁ ଭଲକରି ଦେଖନ୍ତୁ। ଯାହା ବର୍ତ୍ତମାନ ସମୟରେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଯେଉଁ ଭିଡିଓକୁ ଦେଖିବା ପରେ ଆପଣଙ୍କୁ ରାଗ ଲାଗିବ ଏବଂ ଛୁଆଟି କେଉଁ ପରିସ୍ଥିତି ଦେଇ ଗତି କରିଛି, ତାହା ଜାଣିପାରିବେ।

ଭିଡିଓଟି ହେଉଛି ମୁମ୍ୱାଇର । ଏକ ଲିଫ୍ଟରେ ଯିବା ସମୟର ଏହା ହେଉଛି ଭିଡିଓ ଫୁଟେଜ୍‌। ମୁମ୍ୱାଇର ଏକ ଘରୋଇ ବିଲ୍‌ଡିଂର ଲିଫ୍ଟରେ ଘଟିଥିବା ଏହି ଘଟଣା ବର୍ତ୍ତମାନ ଦେଶବ୍ୟାପି ଚର୍ଚ୍ଚା ସୃଷ୍ଟି କରିଛି।

ଭିଡିଓରେ ମହିଳା ଜଣକ ୪ ବର୍ଷର ଛୁଆକୁ ଅତି ନିର୍ମମ ଭାବରେ ପିଟି ଚାଲିଛନ୍ତି। କେବଳ ଏତିକି ନୁହେଁ, ମାଡ଼ ମାରିବା ପରେ ସେ ତା ଉପରେ ବସିବାକୁ ମଧ୍ୟ ପଛାଉ ନାହାନ୍ତି। ଛୁଆଟି ଯନ୍ତ୍ରଣା ପାଇ ଚିତ୍କାର କରୁଛି। ଏହି ଭିଡିଓ ଦେଖିବା ପରେ ଆପଣ ନିଜ ରାଗକୁ ନିୟନ୍ତ୍ରଣ କରିପାରିବେ ନାହିଁ।

ସୂଚନା ଅନୁସାରେ ମହିଳା ଜଣକ ଛୁଆଟିକୁ ଅପହରଣ କରିବାକୁ ଚେଷ୍ଟା କରୁଛନ୍ତି। ସୋଶାଲ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ମୁମ୍ୱାଇ ପୁଲିସ୍‌ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୁଲିସ୍‌ କହିଛି,  ଯେଉଁ ମହିଳା ଜଣକ ଛୁଆଟିକୁ ମାଡ଼ ମାରୁଛନ୍ତି, ତାଙ୍କର ନାମ ରିଜୱାନା ବେଗମ୍‌। ଆଇପିସି ଧାରା ୩୯୪ ଅନୁସାରେ, ମହିଳା ଜଣକୁ ଗିରଫ କରାଯାଇଛି। ମହିଳା ଜଣକ ଚୋରି କରିଥିବା କାନର ମଧ୍ୟ ପୁଲିସ୍‌ ଜବତ କରିଛି।



from Odisha Reporter https://ift.tt/2DqA7oz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages