୨୮ରେ ବାରବାଟୀ ଆସିବେ ଏଆର୍‌ ରେହମାନ୍‌, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

୨୮ରେ ବାରବାଟୀ ଆସିବେ ଏଆର୍‌ ରେହମାନ୍‌, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ପୁଲିସ

କଟକ (ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍‌ ପାଇଁ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ୨୮ ତାରିଖରେ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ଯୋଗଦେବେ ଅସ୍କାର ବିଜେତା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଏ.ଆର୍‌. ରେହମାନ୍‌। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତି, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌ ଓ କଟକ ଡିସିପି ଅଖିଳେଶ ସିଂହ।

ଏ.ଆର୍‌.ରେହମାନ୍‌ଙ୍କ ସଂଗୀତର ଯାଦୁ ଦେଖିବା ପାଇଁ ୩୫ରୁ ୪୦ ହଜାର ଲୋକଙ୍କ ସମାଗମ ହେବ। ଏହି ସମୟରେ ଯେମିତି କିଛି ବିଶୃଙ୍ଖଳା ନହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। କ୍ରିକେଟ୍‌ ମ୍ୟାଚ ସମୟରେ ଯେମିତି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ, ଠିକ୍‌ ସେମିତି ଷ୍ଟାଡିୟମ୍‌ ଓ ଷ୍ଟାଡିୟମ୍‌ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। ସେହି ସମୟରେ ବାଲିଯାତ୍ରା ପଡ଼ୁଥିବାରୁ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଭୁବନେଶ୍ୱର ଓ ଆଠଗଡ଼ ପଟୁ ଆସୁଥିବା ଗାଡ଼ି ଗୁଡ଼ିକୁ ଚହଟାଠାରେ ପାର୍କିଂ କରିବାକୁ ବ୍ୟବସ୍ଥା କରାଯାଉଛି ବୋଲି ପୁଲିସ କମିଶନର କହିଛନ୍ତି।



from Odisha Reporter https://ift.tt/2qQ5AZB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages