ଟି-୨୦ରୁ ଧୋନି ବାଦ୍‌ ପଡ଼ିବା ପ୍ରସଙ୍ଗ: ପ୍ରଶ୍ନ ଉଠାଇଲେ ସଚିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ଟି-୨୦ରୁ ଧୋନି ବାଦ୍‌ ପଡ଼ିବା ପ୍ରସଙ୍ଗ: ପ୍ରଶ୍ନ ଉଠାଇଲେ ସଚିନ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଅପ୍ରତ୍ୟାଶିତ ଭାବେ ୱେଷ୍ଟଇଣ୍ଡିଜ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ଦିଆଯାଇଛି। ଚୟନ କମିଟିର ଏଭଳି ଆଭିମୁଖ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ମଧ୍ୟ ଉଠିଛି। ତେବେ ଆଜି ବିଶ୍ୱର କିମ୍ବଦନ୍ତୀ ବ୍ୟାଟସମ୍ୟାନ୍‌ ତଥା ଲିଟଲ ମାଷ୍ଟର ସଚିନ୍‌ ତେନ୍ଦୁଲକର ମଧ୍ୟ ଚୟନ କମିଟି କେଉଁ ମାନସିକତାରେ ପରିଚାଳିତ ହୋଇ ଧୋନିଙ୍କୁ ଟିମ୍‌ରୁ ବାଦ୍‌ ଦେଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଧୋନିଙ୍କୁ ବାଦ୍‌ ଦେଇ ଚୟନ କମିଟି କେଉଁଭଳି ମାନସିକତାର ପରିଚୟ ଦେଉଛି, ସେକଥା ସେ ବୁଝି ପାରୁନାହାନ୍ତି ବୋଲି ସଚିନ କହିଛନ୍ତି।

୪୫ ବର୍ଷୀୟ ସଚିନ୍‌ କହିଛନ୍ତି, “ ମୁଁ କୌଣସି ମତ ଦେଇ ଏହି ଘଟଣାରେ କାହାକୁ ପ୍ରଭାବିତ କରିବାକୁ ଚାହୁଁନାହିଁ। ଚୟନ କମିଟି ଯେଉଁ ନିଷ୍ପତ୍ତି ନେଇଛି ବା ନେବ ସେଗୁଡ଼ିକ ଦେଶର ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ହେବା ଦରକାର। ଏହା ହିଁ ଚୟନ କମିଟିର ମୂଳ ଲକ୍ଷ୍ୟ ରହିବା ଦରକାର।”

ଏନ୍‌ଆଇଏକୁ ସାକ୍ଷାତକାର ଦେଇ ସଚିନ୍‌ କହିଛନ୍ତି, “ ମୁଁ ଏବେ ଖାଲି ଏତିକି କହିବାକୁ ଚାହୁଁଛି, ଚୟନ କମିଟି ମାନସିକତା ମୁଁ ବୁଝିପାରୁନି। ବର୍ତ୍ତମାନ ସ୍ଥିତିରେ ମୁଁ କୌଣସି ମତଦେଇ କାହାକୁ ପ୍ରଭାବିତ କରିପାରିବି ନାହିଁ। ଡ୍ରେସିଂ ରୁମ୍‌ରେ କ’ଣ ଘଟୁଛି ଓ କ୍ୟାପ୍ଟେନ୍‌, କୋଚ୍‌ ଓ ଚୟନ କମିଟିଙ୍କ ମଧ୍ୟରେ କ’ଣ ଆଲୋଚନା ହେଉଛି, ସେଗୁଡ଼ିକୁ ସେମାନଙ୍କ ମଧ୍ୟରେ ସୀମିତ ରଖାଯିବା ଦରକାର। ଏଥିରେ ବାହାର ଲୋକଙ୍କ ଅନଧିକାର ପ୍ରବେଶ ଅନୁଚିତ୍‌। ସେମାନେ ଯାହା ବି ନିଷ୍ପତ୍ତି ନେଉଛନ୍ତି, ସେଗୁଡ଼ିକ ଦେଶର ସ୍ୱାର୍ଥ ପାଇଁ ନେଉଥିବେ। ତେଣୁ ଏହା ହିଁ କେବଳ ପ୍ରସଙ୍ଗ ହୋଇଥାଇପାରେ।”

ଅଷ୍ଟ୍ରେଲିଆରେ ଟିମ୍‌ ଇଣ୍ଡିଆ କେମିତି ଖେଳ ପ୍ରଦର୍ଶନ କରିବ, ସେ ସମ୍ପର୍କରେ ସୂଚନା ଦେଇ ସଚିନ୍‌ କହିଛନ୍ତି, “ ଅଷ୍ଟ୍ରେଲିଆ ମାଟିରେ ଆମକୁ ଭଲ ବ୍ୟାଟିଂ କରିବା ସହ ବଡ଼ ସ୍କୋର କରିବାକୁ ପଡ଼ିବ। ଟେଷ୍ଟ୍‌ ମ୍ୟାଚ୍‌ ଜିତିବାକୁ ହେଲେ ପ୍ରଥମେ ବଡ଼ ସ୍କୋର କରିବାକୁ ପଡ଼ିବ ଏବଂ ତା’ପରେ ବୋଲରଙ୍କୁ ସେମାନଙ୍କ କାମ କରିବାର ସୁଯୋଗ ଦେବାକୁ ପଡ଼ିବ। ମୁଁ ଭାବୁଛି ଅଷ୍ଟ୍ରେଲିଆର ପ୍ରଥମ ୨୫ ଓଭର୍‌ ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ଯଦି ବ୍ୟାଟସ୍‌ମ୍ୟାନ୍‌ ଭାବେ ଏହି ୨୫ ଓଭର୍‌ ଭଲଭାବେ ଖେଳିନେବେ, ତା’ହେଲେ ଆମର ପଲ୍ଲାଭାରି ରହିବ।

ଆମ ପାଖରେ ଅନେକ ପ୍ରତିଭାବାନ ଖେଳାଳି ରହିଛନ୍ତି। ବିରାଟ୍‌ କୋହଲି ଯେଉଁଭଳି ରନ୍‌ ସଂଗ୍ରହ କରୁଛନ୍ତି, ତାକୁ ଦେଖି ମୁଁ ଆଦୌ ଆଶ୍ଚର୍ଯ୍ୟ ହେଉନାହିଁ। କାରଣ ସେ କେମିତି ଖେଳ ଆରମ୍ଭ କରି ବଡ଼ ଖେଳାଳି ହେଲେ, ତାକୁ ମୁଁ ଦେଖିଛି। ତେଣୁ ସେ ପ୍ରଦର୍ଶନରେ ଯେଉଁଭଳି ସ୍ଥିରତା ବଜାୟ ରଖିଛନ୍ତି, ତାହା ଅତୁଳନୀୟ।”



from Odisha Reporter https://ift.tt/2PGlRi4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages