ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିଧାନସଭା ଓ ଦଳୀୟ ସଭାରେ ଭିନ୍ନ ଭିନ୍ନ କଥା କହୁଛନ୍ତି : ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିଧାନସଭା ଓ ଦଳୀୟ ସଭାରେ ଭିନ୍ନ ଭିନ୍ନ କଥା କହୁଛନ୍ତି : ଧର୍ମେନ୍ଦ୍ର

dharmendra pradhan

ଭୁବନେଶ୍ୱର : (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାହ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଗୋଟିଏ କଥା ଓ ଦଳୀୟ ସଭାରେ ଆଉ ଗୋଟିଏ କଥା କହୁଛନ୍ତି। ଚତୁର୍ଦ୍ଦଶ ଅର୍ଥ କମିଶନ ପରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାର ବ୍ୟବସ୍ଥା ଆଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଜାଣିଥିବା ସତ୍ତ୍ୱେ କେବଳ ରାଜନୀତିକ ପ୍ରସଙ୍ଗ କରିବା ପାଇଁ ବାରମ୍ବାର ଏଭଳି ବକ୍ତବ୍ୟ ରଖୁଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଦୋହରାଇବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ଦଳୀୟ ସଭାରେ ବିଜେପିକୁ ସମାଲୋଚନା କରିବା ପରେ ଟ୍ୱିଟ୍ ଯୋଗେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶା ପାଇଁ କେନ୍ଦ୍ରୀୟ ଅବହେଳା ଆଉ ପ୍ରସଙ୍ଗ ହୋଇ ନାହିଁ। ଓଡ଼ିଶାର ବିକାଶ ପାଇଁ ରେଳ, ରାସ୍ତା, ବିଜୁଳି, ସ୍ୱାସ୍ଥ୍ୟ ତଥା ପେଟ୍ରୋଲିୟମ ମନ୍ତ୍ରଣାଳୟ ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ଯେତିକି ଅର୍ଥ ବ୍ୟୟବରାଦ କରାଯାଉଛି ତାକୁ କ୍ରିୟାନ୍ୱୟନ କରିବାରେ ରାଜ୍ୟ ସରକାର ବାଧକ ହେଉଛନ୍ତି।

ଓଡ଼ିଶା ବିଧାନସଭାରେ ରାଜ୍ୟ ସରକାରଙ୍କ ତରଫରୁ ଯୋଜନା ସମନ୍ୱୟ ବିଭାଗ ମନ୍ତ୍ରୀ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଗତ ଏପ୍ରିଲ ମାସରେ ଦେଇଥିବା ଉତ୍ତରକୁ ମୁଖ୍ୟମନ୍ତ୍ରୀ ନିଜ ଅବଗତି ନିମନ୍ତେ ଥରେ ପଢ଼ିନେଲେ ଏ ପ୍ରସଙ୍ଗରେ ମନ୍ତବ୍ୟ ଦେବା ପୂର୍ବରୁ ଆଉଥରେ ଚିନ୍ତା କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter https://ift.tt/2AGzMMC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages