ଚିଦାମ୍ବରମ ପରିବାରକୁ ମାଡ୍ରାସ ହାଇକୋର୍ଟଙ୍କ ଆଶ୍ୱସ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ଚିଦାମ୍ବରମ ପରିବାରକୁ ମାଡ୍ରାସ ହାଇକୋର୍ଟଙ୍କ ଆଶ୍ୱସ୍ତି

ଚେନ୍ନାଇ: କଳାଧନ ମାମଲାରେ ଆୟକର ବିଭାଗ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବାକୁ ଯେଉଁ ଅନୁମତି ଦେଇଥିଲେ ତାକୁ ମାଡ୍ରାସ୍‌ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଆୟକର ବିଭାଗର ଏଭଳି ନିଷ୍ପତ୍ତି ବିରୋଧରେ ଚିଦାମ୍ବରମଙ୍କ ପତ୍ନୀ ନଳିନୀ, ପୁଅ କାର୍ତ୍ତି ଓ ବୋହୂ ଶ୍ରୀନିଧି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଜି ଜଷ୍ଟିସ୍‌ ଏସ୍‌ ମଣିକୁମାର ଓ ଜଷ୍ଟିସ୍‌ ସୁବ୍ରମଣିଅମ ପ୍ରସାଦଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଏହି ଘଟଣାରେ କୌଣସି ମାମଲା ରୁଜୁ ହୋଇପାରିବ ନାହିଁ ଏବଂ ଅପରାଧୀକ ମାମଲାର ତଦନ୍ତ ହୋଇପାରିବ ନାହିଁ ବୋଲି କହିଛନ୍ତି ଖଣ୍ଡପୀଠ।

ଅକ୍ଟୋବର ୧୨ରେ ମାଡ୍ରାସ ହାଇକୋର୍ଟ ଚିଦାମ୍ବରମ୍‌ଙ୍କ ପରିବାର ଲୋକ କୋର୍ଟରେ ହାଜର ହେବା ବିପକ୍ଷରେ ରାୟ ଦେଇଥିଲେ। ବିଦେଶରେ ଥିବା ସମ୍ପତ୍ତି ସମ୍ପର୍କରେ ଏମାନେ ତଥ୍ୟ ସାର୍ବଜନୀନ କରି ନଥିବା ଅଭିଯୋଗ ହୋଇଥିଲା। ଫଳରେ ଆୟକର ବିଭାଗର ଏଭଳି ଅପରାଧିକ ମାମଲା ରୁଜୁ କରିବାକୁ କହିଥିଲେ। ଏହି ୩ ଜଣଙ୍କର ବ୍ରିଟେନ୍‌ରେ ୫.୩୭ କୋଟି ଟଙ୍କା ମୂଲ୍ୟର ଅଘୋଷିତ ସମ୍ପତ୍ତି ରହିଥିବା ଆୟକର ବିଭାଗ କହିଛି।



from Odisha Reporter https://ift.tt/2P5no1D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages