
ତୁଳସୀ ହେଉଛି ଏମିତି ଏକ ଜଡ଼ିବୁଟି ଯାହା ସବୁଠି ଉପଲବ୍ଧ। ତୁଳସୀରେ ଗୋଟିଏ କିମ୍ବା ଦୁଇଟି ନୁହେଁ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। କୌଣସି ସମୟରେ ଏବଂ କୌଣସି ବୟସରେ ବି ତୁଳସୀ ପତ୍ରକୁ ସେବନ କରିହେବ। ତୁଳସୀ ସବୁ ବର୍ଗ ପାଇଁ ଲାଭଦାୟକ। ଏଥିରେ ଅନେକ ପ୍ରକାର ଭିଟାମିନ୍ ରହିଛି। ଖଣିଜ ଏବଂ ପୋଷକତତ୍ତ୍ୱରେ ଭରପୁର ଥିବା ତୁଳସୀ ଗର୍ଭବତୀ ମହିଳାଙ୍କ ପାଇଁ ଖୁବ୍ ଉପକାରୀ। ଗର୍ଭାବସ୍ଥାରେ ଏହାକୁ ସେବନ କଲେ ଅନେକ ରୋଗ ଏବଂ ସଙ୍କ୍ରମଣରୁ ରକ୍ଷା ମିଳିଥାଏ। ତେବେ ଆସନ୍ତୁ ଜାଣିବା ତୁଳସୀରେ କେଉଁ ସବୁ ଲାଭଦାୟକ ଗୁଣ ରହିଛି।
୧-ତୁଳସୀରେ ଆଣ୍ଟିବାୟୋଟିକ୍ ଗୁଣ ଭରପୂର ରହିଛି।
୨-ଗର୍ଭାବସ୍ଥାର ମହିଳାଙ୍କୁ ଆନେମିଆ ହେବାର ଆଶଙ୍କା ଅଧିକ ଥାଏ। କାରଣ ଏହି ସମୟରେ ଅନେକ ମହିଳା ରକ୍ତହୀନତାର ଶିକାର ହୋଇଥାନ୍ତି। ତେଣୁ ତୁଳସୀ ରସ ସେବନ କଲେ ଏହି ଆଶଙ୍କାକୁ ଦୂର କରଯାଇପାରିବ।
୩-ଗର୍ଭାବସ୍ଥାରେ ଦୁର୍ବଳ ଓ ଥକା ଅନୁଭବ କରିବା ଏକ ସ୍ୱାଭାବିକ୍ ପ୍ରକ୍ରିୟ। ତେଣୁ ତୁଳସୀ ପତ୍ର ଖାଇଲେ ଶକ୍ତି ମିଳିଥାଏ।
୪-ସେହିପରି ଗର୍ଭରେ ବଢୁଥିବା ପିଲା ପାଇଁ ତୁଳସୀ ବେଶ ଲାଭଦାୟକ। ଏଥିରେ ଥିବା ଭିଟାମିନ୍ ଏ ପିଲାର ବୃଦ୍ଧି ପାଇଁ ଆବଶ୍ୟକ ତତ୍ୱଭାବେ କାମକରେ।
from Odisha Reporter https://ift.tt/2SHFmFt
No comments:
Post a Comment