ଅନ୍ତିମ ସଂସ୍କାରର ୧୫ ଦିନ ପରେ ଫେରିଲେ ‘ମୃତ’ ବ୍ୟକ୍ତି, ପରିବାର ଓ ପୁଲିସ୍‌ ଜଳକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ଅନ୍ତିମ ସଂସ୍କାରର ୧୫ ଦିନ ପରେ ଫେରିଲେ ‘ମୃତ’ ବ୍ୟକ୍ତି, ପରିବାର ଓ ପୁଲିସ୍‌ ଜଳକା

ଥିରୁଭନନ୍ତପୁରମ୍‌: ଜଣେ ବ୍ୟକ୍ତି କ’ଣ ମୃତ୍ୟୁ ପରେ ପୁଣିଥରେ ପରିବାର ଲୋକଙ୍କ ପାଖକୁ ଫେରିଥାଏ? ହଁ, ଆପଣମାନେ ଫିଲ୍ମରେ ଏପରି କାହାଣୀ ଏବଂ ପୁର୍ନଜନ୍ମର କଥା ଶୁଣିଥିବେ। କିନ୍ତୁ ବାସ୍ତବ ଜୀବନରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେ କେବେ ଫେରିବାର ଆପଣମାନେ ଶୁଣି ନଥିବେ। ହେଲେ କେରଳର ୱାୟାଣ୍ଡା ସ୍ଥିତ ଆଡିକୋଲ୍ଲୀ ଠାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି। ଅନ୍ତିମ ସଂସ୍କାରର ୧୫ ଦିନ ପରେ ଜଣେ ୪୮ ବର୍ଷୀୟ ବ୍ୟକ୍ତି ତାଙ୍କ ପରିବାର ଲୋକଙ୍କ ପାଖକୁ ଫେରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି।

ଅକ୍ଟୋବର ୧୬ରେ ୱାୟାଣ୍ଡା ସ୍ଥିତ ଆଡିକୋଲ୍ଲୀଠାରେ ରହୁଥିବା ଏକ ପରିବାର ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ଅର୍ଦ୍ଧଗଳିତ ଶବକୁ ସେବାଷ୍ଟିଆନ୍‌ ଚର୍ଚ୍ଚରେ ପୋତି ଅନ୍ତିମ ସଂସ୍କାର ଶେଷ କରିଥିଲେ। କିନ୍ତୁ ୧୫ ଦିନ ପରେ ଅର୍ଥାତ ଅକ୍ଟୋବର ୩୧ରେ ଯେଉଁ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ହୋଇଥିଲା ସେ ପୁଣିଥରେ ପରିବାର ଲୋକଙ୍କ ପାଖକୁ ଜୀବିତ ଫେରି ଆସିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାଁ ସାଜି। ସେ ସେପ୍ଟେମ୍ବର ୩ରେ ଆଡିକୋଲ୍ଲୀରୁ ପଲ୍ଲାପାଲ୍ଲୀକୁ କାମ କରିବାକୁ ଯାଇ ଆଉ ଫେରି ନଥିଲେ। ତେବେ ପରିବାର ଲୋକ ସେ ନିଖୋଜ ହେବା ସଂକ୍ରାନ୍ତରେ ପୁଲିସ୍‌ରେ କୌଣସି ଅଭିଯୋଗ କରି ନଥିଲେ।

ତେବେ ଅକ୍ଟୋବର ୧୩ରେ କର୍ଣ୍ଣାଟକାର ବେଚାନ୍ନହାଲ୍ଲୀ ପୁଲିସ୍‌ ସୀମାନ୍ତରେ ଥିବା ପୁଲ୍ଲାପାଲ୍ଲୀ ପୁଲିସ୍‌କୁ ଯୋଗାଯୋଗ କରିବା ସହ ଏକ ଅର୍ଦ୍ଧଗଳିତ ଶବ ମିଳିଥିବା କହିଥିଲା। ଏହି ଶବ ମିଳିବା ଘଟଣାରେ ପୁଲ୍ଲାପାଲ୍ଲୀ ପୁଲିସ୍‌ ସାଜିଙ୍କ ସାନ ଭାଇ ଜିନେଶଙ୍କୁ ଡକାଇ ପଠାଇଥିଲା। ଏହାପରେ ସେମାନେ ପୂରା କଥା ପୁଲିସ୍‌କୁ କହିବା ସହ ବେଚାନ୍ନହାଲ୍ଲୀ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚି ଶବଟିକୁ ଚିହ୍ନଟ କରିଥିଲେ। ଶବ ନିକଟରୁ ମିଳିଥିବା ଜିନ୍ସ୍‌ ପ୍ୟାଣ୍ଟ ଓ ଅନ୍ୟ ଜିନିଷପତ୍ରରୁ ଶବଟି ସାଜିଙ୍କର ବୋଲି ପରିବାର ଲୋକ କହିବା ସହ ଏହାକୁ ଅନ୍ତିମ ସଂସ୍କାର କରିବାକୁ ଆଣିଥିଲେ।

ଅକ୍ଟୋବର ୧୫ରେ ପରିବାର ଲୋକ ଏହି ଗଳିତ ଶବକୁ ସଂସ୍କାର କରିଥିଲେ। ତେବେ ବୁଧବାର ସକାଳେ ସାଜି ଏବଂ ତାଙ୍କ ସାନ ଭାଇ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ। ପଡ଼ୋଶୀଙ୍କ ସହ ଝଗଡ଼ା କରିଥିବାରୁ ଜାଣିଶୁଣି ସେପ୍ଟେମ୍ବର ୩ରୁ ଗାଁ ଛାଡ଼ି ଚାଲିଯିବା ସହ ପରିବାର ଲୋକଙ୍କୁ ଫୋନ କରି ନଥିବା ସାଜି ପୁଲିସକୁ କହିଛନ୍ତି।



from Odisha Reporter https://ift.tt/2zsTWrp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages