ସେଲ୍‌ଫି ନିଶା: ଦାଦା ଆଗରେ ଭାସିଗଲା ପୁତୁରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ସେଲ୍‌ଫି ନିଶା: ଦାଦା ଆଗରେ ଭାସିଗଲା ପୁତୁରା

ପୁରୀ (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଘାତକ ହେବାରେ ଲାଗିଛି ସେଲ୍‌ଫି ନିଶା। ବାରଣ ସତ୍ତ୍ୱେ ବିପଦପୂର୍ଣ୍ଣ ସେଲ୍‌ଫି ନେଉଛନ୍ତି ଯୁବପିଢ଼ି। ଯାହାଫଳରେ ଅନେକ ସମୟରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଆଜି ଏମିତି ଏକ ଘଟଣା ଶ୍ରୀକ୍ଷେତ୍ର ପୁରୀରେ ଦେଖିବାକୁ ମିଳିଛି।

ମଧ୍ୟପ୍ରଦେଶର ଗ୍ୱାଲିଅର ଅଞ୍ଚଳ ରାଘବେନ୍ଦ୍ର ଓ ତାଙ୍କ ଦାଦା ଶ୍ରୀକ୍ଷେତ୍ର ବୁଲି ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ ପୂର୍ବରୁ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ରାଘବେନ୍ଦ୍ର ଓ ତାଙ୍କ ଦାଦା ସମୁଦ୍ର ଭିତରେ ସେଲ୍‌ଫି ନେଇଥିଲେ। ପରେ ରାଘବେନ୍ଦ୍ରଙ୍କ ଦାଦା ମୋବାଇଲ୍‌ ରଖିବା ପାଇଁ କୂଳକୁ ଆସିଥିଲେ। ଏହି ସମୟରେ ଏକ ବଡ଼ ଲହଡ଼ି ମାଡ଼ି ଆସିଥିଲା। ଫଳରେ ରାଘବେନ୍ଦ୍ର ଭାସି ଯାଇଥିଲେ। କିଛି ସମୟ ପରେ ତାଙ୍କର ମୃତଦେହ ସମୁଦ୍ରରୁ ଉଦ୍ଧାର କରାଯାଇଛି।



from Odisha Reporter https://ift.tt/2Bc51iI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages