ନିଷିଦ୍ଧ ଦ୍ୱୀପରେ ବନ୍ଧୁ ବାନ୍ଧି ଜୀବିତ ଫେରିଥିଲେ ଏହି ଗବେଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ନିଷିଦ୍ଧ ଦ୍ୱୀପରେ ବନ୍ଧୁ ବାନ୍ଧି ଜୀବିତ ଫେରିଥିଲେ ଏହି ଗବେଷକ

ସେଣ୍ଟିନେଲିଜ୍: ଯେଉଁ ବହୁ ଚର୍ଚ୍ଚିତ ତଥା ନିଷିଦ୍ଧ ଦ୍ୱୀପ ସେଣ୍ଟିନେଲିଜ୍ ଯାଇ ଆମେରିକୀୟ ମିଶନାରୀ ଆଉ ଫେରି ପାରିନଥିଲେ, ସେହି ଦ୍ୱୀପରୁ ହିଁ ଅକ୍ଷତ ଫେରିପାରିଥିଲେ ଜଣେ ଗବେଷକ। ଏଏସ୍ଆଇ ପାଇଁ ପୂର୍ବରୁ କାର୍ଯ୍ୟକରୁଥିବା ଗବେଷକ ମଧୁମାଲା ଚଟ୍ଟୋପଧ୍ୟାୟ ୧୯୯୧ ମସିହାରେ ଏଭଳି କରିବା ସମ୍ଭବ କରିପାରିଥିଲେ।

ଅନ୍ତିମ ଆଦିମ ଜନଜାତି ବୋଲି ବିଶ୍ୱାସ କରାଯାଉଥିବା ଏହି ଜନଜାତିଙ୍କ ପାଖକୁ ଯିବା ବିପଦପୂର୍ଣ୍ଣ ବିଚାର କରାଯାଏ। ୪ ଜାନୁଆରୀ ୧୯୯୧ ମସିହାରେ ଏହି ଜାଗାକୁ ସେ ଯାଇଥିଲେ। ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ଆଦିବାସୀଙ୍କ ଉପରେ ଗବେଷଣା କରିବାପାଇଁ ସେ ୬ ବର୍ଷ ସେହି ଅଞ୍ଚଳରେ ବିତାଇଥିଲେ। ସେଣ୍ଟିନେଲିଙ୍କ ବ୍ୟତୀତ ଜରୱା ନାମକ ଏକ ଆଦିବାସୀ ଗୋଷ୍ଠୀଙ୍କୁ ଭେଟିବାରେ ମଧ୍ୟ ସେ ପ୍ରଥମ ବୋଲି ଜଣାଯାଇଛି।

ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବା ମଧୁମାଲାଙ୍କ ଫଟୋରୁ ଜଣାଯାଉଛି ସେ ସେଣ୍ଟିନେଲିଙ୍କ ସହିତ ଖୁବ୍ ଭଲରେ ମିଶୁଥିଲେ ଏବଂ ତାଙ୍କଠାରୁ ଏକ ପଇଡ଼ ଉପହାର ନେଇଥିବା ଜଣାଯାଇଛି। ଏପରିକି ଜଣେ ଜର୍‌ୱା ମା’ଙ୍କ ଅନୁମତି ନେଇ ତାଙ୍କ ପିଲା ସହିତ ଏକ ଫଟୋ ମଧ୍ୟ ଉଠାଇଛନ୍ତି ମଧୁମାଲା।

ସେମାନଙ୍କ ସହିତ ହୋଇଥିବା ଭେଟର ଅନୁଭୂତି ବଖାଣି ବା ଅବସରରେ ମଧୁମାଲା କହିଛନ୍ତି, “ମୋର ୬ ବର୍ଷର ଗବେଷଣା ସମୟରେ କୌଣସି ପୁରୁଷ ମୋ ସହ ଖରାପ ବ୍ୟବହାର କରିନାହାନ୍ତି, ଯଦିଓ ମୁଁ ଏକୁଟିଆ ଥିଲି। ସେମାନେ ହୁଏତ ଟେକ୍ନୋଲୋଜିରେ ପଛୁଆ ଥାଇପାରନ୍ତି, କିନ୍ତୁ ସାମାଜିକ ସ୍ତରରେ ଆମଠାରୁ ସେମାନେ ବେଶ୍ ଆଗୁଆ।”

ମଧୁମାଲାଙ୍କ ସହିତ ଯାଇଥିବା ଟିମ୍ ସେଠାରେ ପହଞ୍ଚିବାପରେ କିଛି କୁଡ଼ିଆ ଏବଂ ସେଣ୍ଟିନେଲିଜ୍‌ଙ୍କୁ ଦେଖିବାକୁ ପାଇଥିଲେ। ଏହାପରେ ସାଥିରେ ଆଣିଥିବା ପଇଡ଼ ପାଣିରେ ପକାଇଥିଲେ। ହଠାତ ଏହି ଜନଜାତି ଲୋକେ ଧନୁ ତୀର ସହିତ ଆଗକୁ ଆସି ପଇଡ଼ ସଂଗ୍ରହ କରିବାରେ ଲାଗିଥିଲେ। ଏହାପରେ ଅଧିକ ପଇଡ଼ ପକାଯିବାରୁ ସେମାନେ ପଇଡ଼ ସଂଗ୍ରହ ପାଇଁ ଏକ ବଡ଼ ଜାଗା ନେଇ ଆସିଥିଲେ।

ଏହା କିଛି ସମୟ ଚାଲିବାପରେ ସେମାନେ ଜାହଜକୁ ଫେରିଯାଇ ପୁଣି ୨ଟା ବେଳକୁ ଆସି ପଇଡ଼ ପକାଇଥିଲେ। ବର୍ତ୍ତମାନ ଜନଜାତି ଲୋକେ ସ୍ୱାଗତ କରିବା ସ୍ୱରୂପ ‘ନରିୟାଲି ଜାବା ଜାବା’ ଚିଲ୍ଲାଇଥିଲେ। ଏହା ପରେ ପରେ ଜଣେ ସେଣ୍ଟନେଲିଜ୍ ବୋଟ୍ ପାଖକୁ ଆସି ବୋଟ୍ ଛୁଇଁଥିଲେ ଏବଂ ତାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ପାଖକୁ ଆସିଥିଲେ। ଏହାପରେ ପଇଡ଼ ଆଉ ପାଣିରେ ନପକାଇ ହାତକୁ ଦିଆଯାଇଥିଲା ଏବଂ ସମ୍ପର୍କ ଯୋଡ଼ିବା ଆରମ୍ଭ ହୋଇଥିଲା।

ଏହାର କିଛି ଦିନ ପରେ ମଧୁମାଲା ପୁଣିଥରେ ଆଉ ଏକ ଟିମ୍ ସହିତ ପହଞ୍ଚିଥିଲେ। ଏଥର ଜନଜାତି ଲୋକେ ବୋଟ୍ ଉପରେ ଚଢ଼ିଯାଇ ପଇଡ଼ ସଂଗ୍ରହ କରିଥିଲେ। ସେ ଜଣେ ମହିଳା ହୋଇଥିବାରୁ ମହିଳାଙ୍କୁ ସର୍ବଦା ସମ୍ମାନ ଜଣାଉଥିବା ସେଣ୍ଟିନେଲ୍‌ମାନେ ସହଜରେ ଗ୍ରହଣ କରିଥିବା ଚର୍ଚ୍ଚା ହୁଏ। ସେହିଭଳି ଜର୍‌ୱାମାନେ ମଧ୍ୟ ତାଙ୍କୁ ‘ମିଲାଲେ ଚେରା’ ବା ‘ସାଙ୍ଗ ଏଠାକୁ ଆସ’ କହି ସ୍ୱାଗତ କରିଥିଲେ।



from Odisha Reporter https://ift.tt/2Q3doGl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages