ଘାଟିରେ ୧୦୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌, ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ଘାଟିରେ ୧୦୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌, ୩ ମୃତ

ମୋହନା (ମିହିର ଜତି): ଘାଟିରେ ୧୦୦ ଫୁଟ୍‌ ତଳକୁ ଖସି ପଡ଼ିଲା ରିଲିଫ୍‌ ବୋଝେଇ ଟ୍ରକ୍‌। ଫଳରେ ଚାଳକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ଏମିତି ମର୍ମନ୍ତୁଦ ଦୁର୍ଘଟଣା ଗଜପତି ଜିଲ୍ଲାରେ ଘଟିଛି।

ପାରଳାଖେମୁଣ୍ଡିରୁ ଏକ ଟ୍ରକ୍‌ରେ ରିଲିଫ୍‌ ସାମଗ୍ରୀ ଧରି ମୋହନା ଅଭିମୁଖେ ଆସୁଥିଲା। ତେବେ ଟ୍ରକ୍‌ଟି ବାଦପୁର ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଫଳରେ ଟ୍ରକ୍‌ ଚାଳକ ନାରାୟଣ ରାଓ, ମାଲିକ କାଶୀନଗର ରାମା ରାଓ ଓ ମଳୟ ତ୍ରିପାଠୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଓ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘାଟର ୧୦୦ ଫୁଟ୍‌ ତଳକୁ ଖସି ପଡ଼ିଥିବାରୁ ଟ୍ରକ୍‌ଟି ଚୂର୍‌ମାର୍‌ ହୋଇଯାଇଛି।



from Odisha Reporter https://ift.tt/2SlyfS6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages