
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବର ଟିକେଟ କଳାବଜାରୀକୁ ନେଇ ସିଭିଲ ସୋସାଇଟି ପକ୍ଷରୁ ଆଜି ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି।
ସିଭିଲ ସୋସାଇଟି ସଦସ୍ୟ ତଥା ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ନେତୃ୍ତ୍ୱରେ ଏକ ଟିମ୍ କ୍ୟାପିଟାଲ ଥାନାକୁ ଯାଇ ବିଶ୍ୱକପ୍ ହକି ମ୍ୟାଚର ଟିକେଟ କଳାବଜାରୀ ଓ ଅନିୟମିତତା ପାଇଁ କ୍ରୀଡ଼ା ସଚିବ ବିଶାଳ ଦେବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି। ଏଥିପାଇଁ ସେ ଉଭୟଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି।
ଏତଲାରେ ବିଶାଳ ଦେବଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଟିକେଟ୍ ଦୁର୍ନୀତିରେ କୋଟି କୋଟି ଟଙ୍କାର ଡିଲ୍ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଟିକେଟକୁ ୫ହଜାର ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି କରାଯାଇଛି। ତେଣୁ ଟିକେଟ୍ କଳାବଜାରର ତଦନ୍ତ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ସିଭିଲ ସୋସାଇଟି ଦାବି କରିଛି।
ସୂଚନାଯୋଗ୍ୟ, ବିଶ୍ୱକପ୍ ହକି ମ୍ୟାଚ ଉଦଘାଟନୀ ଉତ୍ସବର ୫୦୦ ଟଙ୍କିଆ ଟିକେଟ୍ ଦରକୁ ୪ହଜାର ଟଙ୍କାରେ ବିକ୍ରି କରାଯାଉଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
from Odisha Reporter https://ift.tt/2Ay9Q4l
No comments:
Post a Comment