
ଭୁବନେଶ୍ୱର(ସତ୍ୟାନନ୍ଦ ମହାନ୍ତି): ଆସନ୍ତାକାଲି ଇସ୍ତଫା ଦେବେ ରାଉରକେଲର ବିଧାୟକ ଦିଲୀପ ରାୟ। ସେ ବିଜେପି ଓ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଉରକେଲା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନହେବାରୁ ଇସ୍ତଫା ଦେଉଛନ୍ତି ବୋଲି ଦିଲୀପ କହିଛନ୍ତି।
କିଛି ଦିନ ହେଲା ଦିଲୀପ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ରାଉରକେଲାର ୨ୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍କୁ ସୁପର ସ୍ପେଶାଲିଟି ମାନ୍ୟତାର ପ୍ରତିଶ୍ରୁତି ଦେଇ ସେ ନିର୍ବାଚନ ଲଢ଼ିଥିଲେ। ଏହି ଦୁଇଟି ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଥା ଦେଇଥିଲେ। ହେଲେ ଆଜିପର୍ଯ୍ୟନ୍ତ ଏହି ଦାବି ଦୁଇଟି ପୂରଣ ହୋଇନାହିଁ ବୋଲି ଦିଲୀପ କହିଛନ୍ତି। ଏଥିପାଇଁ ସେ ଦଳ ଛାଡୁଥିବା କହିଛନ୍ତି।
ଇସ୍ତଫା ଦେଲେ ମଧ୍ୟ ସେ ରାଜନୀତିରେ ରହିବେ। ମାତ୍ର ଆଗକୁ ସେ କେଉଁ ଦଳରେ ଯୋଗଦେବେ ତାହା ସ୍ପଷ୍ଟ କରିନାହାନ୍ତି।
from Odisha Reporter https://ift.tt/2Q1YG2v
No comments:
Post a Comment