
ଶ୍ରୀନଗର: ପ୍ରଖ୍ୟାତ ସାମ୍ବାଦିକ ତଥା ରାଇଜିଂ କଶ୍ମୀର ଖବରକାଗଜର ସମ୍ପାଦକ ସୁଜାତ ବୁଖାରୀଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଆଜି ନିହତ ହୋଇଛି। ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲରେ ହୋଇଥିବା ଏନ୍କାଉଣ୍ଟର୍ରେ ଲସ୍କର-ଏ -ତାଇବା ଏବଂ ହିଜବୁଲ ମୁଜାହିଦ୍ଦିନ୍ର ୬ ଜଣ ଆତଙ୍କବାଦୀ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡ଼ିଥିଲେ।
ଏମାନଙ୍କ ମଧ୍ୟରେ ଥିବା ଆଜାଦ ମାଲିକ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରହିଥିଲା। ଜୁନ୍ ୧୪ରେ ସୁଜାତ ବୁଖାରୀ ଅଫିସରୁ ବାହାରି ନିଜ କାରରେ ବସିବାକୁ ଯାଉଥିବା ବେଳେ ୩ ଜଣ ଆତଙ୍କବାଦୀ ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ଏଥିରେ ସୁଜାତଙ୍କ ଦୁଇ ଜଣ ଅଙ୍ଗରକ୍ଷୀ ମଧ୍ୟ ପ୍ରାଣ ହରାଇଥିଲେ।
ଆଜି ଦକ୍ଷିଣ କଶ୍ମୀରର ବିଜବେହର ଠାରେ ୬ରୁ ୭ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହାପରେ ଗୁଳି ବିନିମୟ ମଧ୍ୟ ଚାଲିଥିଲା। ଏଥିରେ ୬ ଜଣ ଆତଙ୍କୀ ନିହତ ହୋଇଥିଲେ।
ଏମାନଙ୍କ ନିକଟରୁ ଯୁଦ୍ଧ ପାଇଁ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ ମିଳିଛି। ଏମାନେ ସମସ୍ତେ କଶ୍ମୀରର ବୋଲି ପୁଲିସ ଜାଣିବାକୁ ପାଇଛି।
from Odisha Reporter https://ift.tt/2PNQ5k3
No comments:
Post a Comment