ଡିସେମ୍ବର ୧୧ରୁ ସଂସଦର ଶୀତ ଅଧିବେଶନ, ଆସିବ ଟ୍ରିପଲ ତଲାକ ଅଧ୍ୟାଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଡିସେମ୍ବର ୧୧ରୁ ସଂସଦର ଶୀତ ଅଧିବେଶନ, ଆସିବ ଟ୍ରିପଲ ତଲାକ ଅଧ୍ୟାଦେଶ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୧ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ୧୧ରୁ ଆରମ୍ଭ ହେଉଥିବା ଏହି ଅଧିବେଶନଟି ଜାନୁଆରୀ ୮ ଯାଏ ଚାଲିବ। ତେବେ ପ୍ରଥମ ଦିନ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ଥିବାରୁ ସେଦିନ କୌଣସି ପ୍ରକାରର ଗୃହକାର୍ଯ୍ୟ ହେବନାହିଁ ବୋଲି ଜଣାପଡ଼ିଛି।

ଏହି ଅଧିବେଶନରେ ମୋଟ ୨୦ଟି କାର୍ଯ୍ୟ ଦିବସ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ କହିଛନ୍ତି। ସେ କହିଛନ୍ତି, ସିସିପିଏ ସହ ଆଲୋଚନା କରାଯିବା ପରେ ଏଭଳି ଅଧିବେଶନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଆଶା କରୁଛୁ, ସମସ୍ତେ ମିଳିତ ଭାବେ ଏହି ଅଧିବେଶରେ ଥିବା ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୁଡ଼ିକୁ ପାସ୍‌ କରାଇବାରେ ସହଯୋଗ କରିବେ। ଏଥିସହ ଗୃହ କାର୍ଯ୍ୟ କେମିତି ଠିକ୍‌ ଭାବେ ସମ୍ପାଦନ ହୋଇପାରିବ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବେ ବୋଲି ସେ ଅନୁରୋଧ କରିଛନ୍ତି।

ଏହା ସାଧାରଣ ନିର୍ବାଚନ ପୂର୍ବରୁ ଏହା ସମ୍ଭବତଃ ମୋଦି ସରକାରଙ୍କ ଶେଷ ଅଧିବେଶନ। ତେଣୁ ସରକାର ନିଶ୍ଚିତ ଭାବେ ବହୁଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରିବାକୁ ଚେଷ୍ଟା କରିବେ। ବିଶେଷ କରି ଟ୍ରିପଲ ତଲାକକୁ ଲାଗୁ କରିବା ପାଇଁ ଆଣିଥିବା ଅଧ୍ୟାଦେଶକୁ ମଧ୍ୟ ସରକାର ପୁଣିଥରେ ଗୃହରେ ଉପସ୍ଥାପନ କରିବେ। ପୂର୍ବରୁ ଟ୍ରିପଲ୍‌ ତଲାକ ବିଲ୍‌ ଲୋକସଭାରେ ପାସ୍‌ ହୋଇଥିଲେ ହେଁ ରାଜ୍ୟସଭାରେ ଅଟକି ଥିଲା। ଏହାପରେ କେନ୍ଦ୍ର ସରକାର କେତେକ ସଂଶୋଧନ କରି ଏହାକୁ ଅଧ୍ୟାଦେଶ ଜରିଆରେ ଲାଗୁ କରିଥିଲେ। ଏବେ ଏହାକୁ ଗୃହରେ ପାସ୍‌ କରାଇ ଆଇନ୍‌ରେ ପରିଣତ କରିବାକୁ ଚେଷ୍ଟା କରିବେ। ଏହାବାଦ୍‌ ରାମ ମନ୍ଦିର ନିର୍ମାଣ ସଂକ୍ରାନ୍ତ ବିଲ୍ ମଧ୍ୟ ଆଣିବାକୁ ମୋଦି ସରକାର ଯୋଜନା କରିଛନ୍ତି।

ଅନ୍ୟପକ୍ଷରେ ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌କୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଘେରିପାରନ୍ତି। ଏହାବାଦ୍‌ ସିବିଆଇ ମହାକଳିରେ ସରକାରଙ୍କ ହସ୍ତକ୍ଷେପ ଏବଂ କେନ୍ଦ୍ର ଓ ଆରିବିଆଇ ତିକ୍ତତା ମଧ୍ୟ ବିରୋଧୀଙ୍କ ମୁଖ୍ୟ ପ୍ରସଙ୍ଗ ହେବ। ଏସବୁ ପ୍ରସଙ୍ଗ ବ୍ୟତୀତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ବିଲ୍‌ ଆଣିବାକୁ ଯୋଜନା କରୁଥିବାରୁ ଏହାକୁ ଚେକ୍‌ ଦେବାକୁ ବିରୋଧୀ ନିଶ୍ଚିତ ଭାବେ ଉଦ୍ୟମ କରିବେ।

ସାଧାରଣତଃ ସଂସଦର ଶୀତ ଅଧିବେଶନ ନଭେମ୍ବର ମାସରେ ଆରମ୍ଭ ହୁଏ। କିନ୍ତୁ ରାଜସ୍ଥାନ,ଛତିଶଗଡ଼, ମଧ୍ୟପ୍ରଦେଶ, ମଜୋରାମ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶରେ ନିର୍ବାଚନ ଥିବାରୁ ଏହାକୁ ଡିସେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଛି।



from Odisha Reporter https://ift.tt/2PZyYeb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages