‘ମେକ୍‌ ଇନ୍‌ ଓଡ଼ିଶା’ରେ ସ୍ୱପ୍ନ ଦେଖାଇଥିବା ଅଧିକାଂଶ କମ୍ପାନୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

‘ମେକ୍‌ ଇନ୍‌ ଓଡ଼ିଶା’ରେ ସ୍ୱପ୍ନ ଦେଖାଇଥିବା ଅଧିକାଂଶ କମ୍ପାନୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମେକ୍ ଇନ୍ ଓଡ଼ିଶା’ରୁ ୪ ଲକ୍ଷ ୧୯ ହଜାର କୋଟିର ପୁଞ୍ଜି ପାଇଁ ପ୍ରତିଶ୍ରୁତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖଣିଜ, ଧାତୁ ଓ ଆନୁସଙ୍ଗିକ କ୍ଷେତ୍ରରେ ସବୁଠୁ ଅଧିକ ୨ ଲକ୍ଷ ୩୬ ହଜାର ଖଟେଇବେ ନାମୀ ଦାମୀ କମ୍ପାନୀ। ତେବେ ବଡ଼କଥା ହେଉଛି ଏହି କ୍ଷେତ୍ରରେ ପୁଞ୍ଜି ଖଟାଉଥିବା ଅଧିକାଂଶ କମ୍ପାନୀ ହେଉଛନ୍ତି ରାଷ୍ଟ୍ରାୟତ୍ତ ଉଦ୍ୟୋଗ।

ଏମାନଙ୍କ ଭିତରୁ ମହାନଦୀ କୋଲଫିଲଡ୍ସ ୫୮ ହଜାର ୭୯୭ କୋଟି ପୁଞ୍ଜି ଖଟାଇବ। ସେହିପରି ସେଲ୍‌ (ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ) ୪୧ ହଜାର କୋଟି ପୁଞ୍ଜି ନିବେଶ କରିବ। ନାଲ୍‌କୋ ୩୭ ହଜାର ୮୬୧ କୋଟି ଓ ଇଣ୍ଡିଆନ ଅଏଲ ୧୦ ହଜାର ୨୭୩ କୋଟି ଟଙ୍କା ନିବେଶ କରିବ।

ସବୁଠାରୁ ବଡ଼କଥା ହେଉଛି, ଏ ସବୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନିଯୁକ୍ତି ଦେଉନଥିବା ବିଜେଡି ଅଭିଯୋଗ ଆଣି ବିକ୍ଷୋଭ କରିଥିଲା। ଏବେ ଏହି ୪ ସଂସ୍ଥା ମୋଟ ଏକ ଲକ୍ଷ ୧୫ ହଜାର ନିଯୁକ୍ତି ଦେବେ ବୋଲି ଖୋଦ୍ ଶିଳ୍ପ ବିଭାଗ କହୁଛି। ଏହାବାଦ୍ ପଶ୍ଚିମବଙ୍ଗର ପିଏସ୍‌ୟୁ ହଳଦିଆ ପେଟ୍ରୋକେମିକାଲସ୍‌ ମଧ୍ୟ ସବୁଠୁ ଅଧିକ ୭୦ ହଜାର କୋଟି ପୁଞ୍ଜି ଖଟାଇବ ବୋଲି ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା କହିଛନ୍ତି।

ମେକ୍‌ ଇନ୍‌ ଓଡ଼ିଶାରେ ଯୋଗଦେବା ପାଇଁ ଇଟାଲୀ, ଜର୍ମାନୀ, ସାଉଦିଆରବ, ସାଉଥ୍‌କୋରିଆ, ଚାଇନା ଓ ୟୁଏଇ ପ୍ରମୁଖ ଦେଶ ଗସ୍ତ କରିଥିଲେ ଶିଳ୍ପ ବିଭାଗର ଟିମ୍‌ ଓ ମନ୍ତ୍ରୀ। ମାତ୍ର ଏହି ସବୁ ଦେଶରୁ ଟଙ୍କାଟିଏ ବି ପୁଞ୍ଜି ଆସିନାହିଁ। ବିଦେଶରୁ ଆସିଛି ସମୁଦାୟ ୪୬ ହଜାର କୋଟିର ପୁଞ୍ଜି। ଅନ୍ୟପଟେ ଗତ ଜୁଲାଇରେ ତାଇଓ୍ୱାନ ସିପିସି କର୍ପୋରେସନ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଆଲୋଚନା କଲାପରେ କମ୍ପାନୀ ଓଡ଼ିଶାରେ ୪୩ ହଜାର କୋଟି ଖଟେଇବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏବେ ରାଜ୍ୟ ସରକାର କିନ୍ତୁ ତାଇଓ୍ୱାନର ଏହି କମ୍ପାନୀର ନାଁ କହିବାକୁ ଚାହୁଁନାହାନ୍ତି।

ବିଜେପି କହିଛି ପୁଞ୍ଜିନିବେଶ କ୍ଷେତ୍ରରେ ସରକାର ଦିନରେ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରିଛନ୍ତି।
ଏଥର ପୁଞ୍ଜିନିବେଶର ସ୍ୱପ୍ନ ଭିତରେ ରାଜ୍ୟରେ ପୂର୍ବରୁ ଥିବା ପ୍ରକଳ୍ପର ସଂପ୍ରସାରଣରେ ଅଧିକ ଖର୍ଚ୍ଚ ହେବ ବୋଲି କୁହାଯାଇଛି। ଯେଉଁଥିରେ ଟାଟା, ଜିନ୍ଦଲ, ବେଦାନ୍ତ ଓ ସେଲ୍‌ ପ୍ରକଳ୍ପ ରହିଛି। ଗତ ’ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ପୁଞ୍ଜିନିବେଶ ପାଇଁ ସମୁଦାୟ ୧୨୪ ଟି ପ୍ରସ୍ତାବ ଆସିଥିବା ବେଳେ ଏଥର ମୋଟ ୧୮୩ ଟି ପ୍ରସ୍ତାବ ଆସିଛି। ତେବେ ଏସବୁ ପ୍ରସ୍ତାବକୁ ସିଙ୍ଗଲ ଓ୍ୱିଣ୍ଡୋର ଅନୁମତି ଦେଇ ସରକାର କାର୍ଯ୍ୟକ୍ଷମ କରିବା ହେବ ସବୁଠୁ ବଡ଼ ଚ୍ୟାଲେଞ୍ଜ।



from Odisha Reporter https://ift.tt/2PrbfEq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages