
ମାଲ୍ଦା: ଆସନ୍ତା ଡିସେମ୍ବର ୫,୬ ଏବଂ ୭ ତାରିଖରେ ବିଜେପି ପକ୍ଷରୁ ପଶ୍ଚିମବଙ୍ଗରେ ‘ରଥଯାତ୍ରା’ ଆୟୋଜନ କରାଯାଉଥିବାବେଳେ ଏହାକୁ ଅଟକାଇଲେ ରଥଚକ ତଳେ ମୁଣ୍ଡ ଗଡ଼ିବ ବୋଲି ଦମକାଇଛନ୍ତି ରାଜ୍ୟ ମହିଳା ସଭାନେତ୍ରୀ ଲକେଟ୍ ଚାଟାର୍ଜୀ। ଅଭିନୟରୁ ରାଜନୀତି ଆଡ଼କୁ ଆସିଥିବା ଲକେଟ୍ ମାଲ୍ଦାଠରେ ଏକ ଜନସଭାରେ ଏହି ମତ ଦେଇଛନ୍ତି ।
ଏହି ରଥକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଉଦ୍ଘାଟନ କରିବାପରେ ପଶ୍ଚିମବଙ୍ଗର ୪୨ଟି ଲୋକସଭା ନିର୍ବାଚନମଣ୍ଡଳୀରେ ବୁଲିବ। ରଥଯାତ୍ରା ଶେଷରେ କୋଲକତାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯିବାର ଅଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଲକେଟ୍ କହିଛନ୍ତି, ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଗଣତନ୍ତ୍ର ପ୍ରତିଷ୍ଠା କରିବା। ଆମେ ଆଗରୁ ମଧ୍ୟ କହିଛୁ ଯେକେହି ‘ରଥଯାତ୍ରା’ ଅଟକାଇବାର ପ୍ରୟାସ କରିବ ରଥର ଚକ ତଳେ ତା’ ମୁଣ୍ଡ ଗଡ଼ିବ।
ଲକେଟ୍ଙ୍କ ଏପରି ମନ୍ତବ୍ୟ ସମ୍ପର୍କରେ ପ୍ରତିକ୍ରିୟା ରଖି ଶାସକ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ କହିଛନ୍ତି, “ବିଜେପି ନେତାମାନେ ହିଂସାମୂଳକ ମନ୍ତବ୍ୟ ଦେଉଛନ୍ତି। ପଶ୍ଚିମବଙ୍ଗରେ ଏହା ଶାନ୍ତି ଏବଂ ସ୍ଥିରତାକୁ କ୍ଷୁର୍ଣ କରିବା ସହିତ ସାମ୍ପ୍ରଦାୟିକ ହିଂସାକୁ ଉସୁକାଇବ। ଲୋକେ ବିଜେପିର ବିଭାଜନ ରାଜନୀତିକୁ ଲୋକେ ଗ୍ରହଣ କରିବେନି।”
from Odisha Reporter https://ift.tt/2QzEcul
No comments:
Post a Comment