
ବେଙ୍ଗାଲୁରୁ: ବେଲ୍ଲାରୀର ଖଣି ସମ୍ରାଟ ତଥା ପୂର୍ବତନ ବିଜେପି ମନ୍ତ୍ରୀ ଗାଲି ଜନାର୍ଦ୍ଦନ ରେଡ୍ଡୀଙ୍କୁ ଚିଟଫଣ୍ଡ ଠକେଇ ସମ୍ପର୍କିତ ଏକ ଲାଞ୍ଚ ମାମଲାରେ ପଚରାଉଚରା ପରେ ଗିରଫ କରାଯାଇଥିବା ଜଣାଯାଇଛି। ତାଙ୍କର ଘନିଷ୍ଠ ସହଯୋଗୀ ଅଲ୍ଲୀ ଖାନ୍ଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ନାମରେ ଏକାଧିକ ଦୁର୍ନୀତି ଅଭିଯୋଗ ରହିଛି ଏବଂ ସେ ପୂର୍ବରୁ ମଧ୍ୟ ୩ ବର୍ଷ ଜେଲ୍ରେ ବିତାଇ ସାରିଛନ୍ତି।
ବେଙ୍ଗାଲୁରୁର ବରିଷ୍ଠ ପୁଲିସ୍ ଅଧିକାରୀ ଆଲୋକ କୁମାର କହିଛନ୍ତି, “ଆମେ ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନ ଆଧାରରେ ତାଙ୍କୁ ଗିରଫ କରିଛୁ। ଏବେ ତାଙ୍କୁ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯିବ। ତାଙ୍କଠାରୁ ଟଙ୍କା ଆଦାୟ କରାଯିବ ଏବଂ ଚିଟଫଣ୍ଡରେ ପୁଞ୍ଜି ଖଟାଇଥିବା ନିବେଶକଙ୍କୁ ଫେରାଇଦିଆଯିବ।”
ଗତ ବିଧାନସଭା ନିର୍ବାଚନରେ ଜନାର୍ଦ୍ଦନଙ୍କ ଦୁଇ ଭାଇ ଗାଲି କରୁଣାକର ରେଡ୍ଡୀ ଏବଂ ଗାଲି ସୋମଶେଖର ରେଡ୍ଡୀଙ୍କୁ ବିଜେପି ଟିକେଟ୍ ଦେଇଥିଲା। ଜନାର୍ଦ୍ଦନ ଦୁଇ ଭାଇଙ୍କ ପାଇଁ ଏବଂ ବେଲ୍ଲାରୀରୁ ଜିତିଥିବା ତାଙ୍କ ସହଯୋଗୀ ଶ୍ରୀରାମୁଲୁଙ୍କ ପାଇଁ ପ୍ରଚାର କରିଥିଲେ।
from Odisha Reporter https://ift.tt/2Fh4xfq
No comments:
Post a Comment