
ବଚେଲି: ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ‘ମୋଦି’ ପ୍ରଚାର କରୁଥିବା କଥା ବେଶ୍ ଚର୍ଚ୍ଚାରେ ଥିବାବେଳେ ସେହିଁ ‘ମୋଦି’ ବର୍ତ୍ତମାନ ‘ମିତ୍ରୋଁ’ ସମ୍ବୋଧନ କରି ଲୋକଙ୍କୁ କହିଛନ୍ତି ‘ଅଚ୍ଛେ ଦିନ୍ ନେହିଁ ଆୟେଙ୍ଗେ’। ଆଜ୍ଞା ହଁ ଆମେ ଯେଉଁ ମୋଦିଙ୍କ କଥା କହୁଛୁ ସେହି ନକଲି ମୋଦି ହେଉଛନ୍ତି ବିଜେପି ଛାଡ଼ି ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇଥିବା ଅଭିନନ୍ଦନ ପାଠକ। ତାଙ୍କର ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶିଯାଉଥିବାରୁ ତାଙ୍କୁ ନକଲି ମୋଦି ବୋଲି କୁହାଯାଉଛି।
ଛତିଶଗଡ଼ର ନକ୍ସଲପ୍ରବଣ ବସ୍ତର ଅଞ୍ଚଳରେ ପ୍ରଚାର ସମୟରେ ସେ କହିଛନ୍ତି, “ମୁଁ ଯେହେତୁ ମୋଦିଙ୍କ ଭଳି ଦେଖାଯାଉଛି, ମୋତେ ଲୋକେ ପଚାରନ୍ତି ମୋଦିଜୀ ୨୦୧୪ ମସିହା ନିର୍ବାଚନ ପ୍ରତିଶ୍ରୁତି ‘ଅଚ୍ଛେଦିନ୍’ କ’ଣ ଆସିବନି? ସାଧାରଣ ଲୋକଙ୍କ ସମସ୍ୟା କଥା ଭାବି ମୁଁ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଛି।”
ନକଲି ମୋଦି ଅଭିନନ୍ଦନଙ୍କୁ ଦେଖିବାକୁ ଛତିଶଗଡ଼ରେ ବେଶ୍ ଭିଡ଼ ଜମୁଥିବା ଜଣାଯାଇଛି। ମୋଦିଙ୍କ ଷ୍ଟାଇଲ୍ରେ ସେ କହି ବୁଲୁଛନ୍ତି, “ମିତ୍ରୋଁ ମୁଁ ଆପଣମାନଙ୍କୁ କହିବାକୁ ଆସିଛି ‘ଅଚ୍ଛେଦିନ୍’ ଆଉ ଆସିବନି। ଏହା ଗୋଟିଏ ମିଛ ପ୍ରତିଶ୍ରୁତି ଥିଲା। କଂଗ୍ରେସକୁ ଭୋଟ୍ ଦିଅ, ଯାହାକି ଆପଣମାନଙ୍କ ବିକାଶ ନିଶ୍ଚିତ କରିବ।”
from Odisha Reporter https://ift.tt/2DorvyA
No comments:
Post a Comment