ପାର୍କିଂ ଝଗଡ଼ାରୁ ଯୁବକଙ୍କୁ ପିଟିପିଟି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ପାର୍କିଂ ଝଗଡ଼ାରୁ ଯୁବକଙ୍କୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ: ସାମାନ୍ୟ ଗାଡ଼ି ପାର୍କିଂକୁ କେନ୍ଦ୍ର କରି ଜଣେ ୧୯ ବର୍ଷୀୟ ଯୁବକଙ୍କୁ କିଛି ଦୁର୍ବୃତ୍ତ ପିଟିପିଟି ହତ୍ୟା କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା କୌଣସି ଉପାନ୍ତ ନୁହେଁ ବରଂ ଦେଶର ରାଜଧାନୀ ଦିଲ୍ଲୀର ସୁଲତାନପୁରୀରେ ଘଟିଛି। ଗୁରୁବାର ଅପରାହ୍ଣ ପ୍ରାୟ ୩.୩୦ରେ ଏଭଳି ଜଘନ୍ୟ କାଣ୍ଡ ଘଟିଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିବା ପରେ ଏହା ସାମ୍ନାକୁ ଆସିଛି। ମୃତ ଯୁବକ ଜଣଙ୍କ ନାଁ ବରୁନ। ତାଙ୍କୁ ମନ୍ନୁ, ତାଙ୍କ ଭାଇ ରବି ଓ ଆଉ କିଛି ଯୁବକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗୁରୁବାର ଯତୀନ ଓ ତାଙ୍କ ସାଙ୍ଗ ଦୀପଙ୍କର ସୁଲତାନପୁରୀ ମାର୍କେଟକୁ ଆସିଥିଲେ। ଏହି ସମୟରେ ମନ୍ନୁ ଓ ତାଙ୍କର ଜଣେ ସାଙ୍ଗ ଏକ ଗାଡ଼ିକୁ ଆଣି ସେମାନଙ୍କ ଗାଡ଼ି ଆଗରେ ରଖି ଦେଇଥିଲେ। ଏହାକୁ ନେଇ ଯତୀନ ଓ ମନ୍ନୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବରୁନ ମଧ୍ୟ ସେଠାରେ ପହଞ୍ଚିଥିଲେ। ଗାଡ଼ି ପାର୍କିକୁ ନେଇ ଯତୀନଙ୍କ ସହ ମନ୍ନୁଙ୍କ ଗ୍ୟାଙ୍ଗର ହାତାହାତି ହୋଇଥିଲା। ଏହି ସମୟରେ ମନ୍ନୁ ଗ୍ୟାଙ୍ଗର ସଦସ୍ୟମାନେ ବରୁନଙ୍କୁ ଖୁବ୍‌ ଜୋରରେ ମାଡ଼ ମାରିଥିଲେ। ସେ ଅଚେତ ହୋଇଯିବାରୁ ଯତୀନ୍‌ଙ୍କ ବନ୍ଧୁମାନେ ତାଙ୍କୁ ହସ୍ପିଟାଲ୍‌ ନେଇଥିଲେ। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ବରୁନଙ୍କ ମୃତ୍ୟୁ ଘଟିଛି। ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଫେରାର୍‌ ମନ୍ନୁ ଗ୍ୟାଙ୍ଗର ସଦସ୍ୟଙ୍କୁ ଖୋଜିବା ଆରମ୍ଭ କରିଛି।



from Odisha Reporter https://ift.tt/2Tkckfe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages