ମହିଳା କ୍ରିକେଟ୍‌ ବିବାଦ: ପାୱାରଙ୍କ ଖେଳ ଖତମ୍! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ମହିଳା କ୍ରିକେଟ୍‌ ବିବାଦ: ପାୱାରଙ୍କ ଖେଳ ଖତମ୍!

ନୂଆଦିଲ୍ଲୀ: ମହିଳା କ୍ରିକେଟ୍‌ ଟିମ୍‌ର ଦିନିକିଆ ଅଧିନାୟକ ମିତାଲି ରାଜଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବା କୋଜ୍‌ ରେମଶ ପାୱାରଙ୍କ ପାଇଁ ମହଙ୍ଗା ପଡ଼ିବାକୁ ଯାଉଛି। ପାୱାରଙ୍କ ସହ ମହିଳା କ୍ରିକେଟ୍‌ ଟିମ୍‌ର କୋଚ୍‌ ପାଇଁ ହୋଇଥିବା ଚୁକ୍ତି ଆଜି ଶେଷ ହେଉଥିବା ବେଳେ ଆଉ ଏହାକୁ ବୃଦ୍ଧି କରାଯିବ ନାହିଁ ବୋଲି ବିସିସିଆଇ ପକ୍ଷରୁ ସଙ୍କେତ ଦିଆଯାଇଛି। ଫଳରେ ମିତାଲିଙ୍କ ସହ ଲଢ଼େଇ କରିବା ପାୱାରଙ୍କ ପାଇଁ ମହଙ୍ଗା ପଡ଼ିବାକୁ ଯାଉଛି।

ମହିଳା ଟି-୨୦ ବିଶ୍ୱକପ୍‌ରେ ମିତାଲି ଜବରଦସ୍ତ ଫର୍ମରେ ଥିବା ବେଳେ ତାଙ୍କୁ ଇଂଲଣ୍ଡ ବିପକ୍ଷ ସେମି ଫେଇନାଲ୍‌ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲା। ଭାରତ ଏହି ମ୍ୟାଚ୍‌ ହାରିବା ପରେ ଟିମ୍‌ ଚୟନକୁ ନେଇ ପ୍ରଶ୍ନ ଉଠିଥିଲା। ତେବେ କୋଚ୍‌ ରମେଶ ପାୱାରଙ୍କ ନିର୍ଦ୍ଦେଶରେ ମିତାଲିଙ୍କୁ ଟିମ୍‌ରୁ ବାଦ ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା। ଏହାକୁ ନେଇ ପାୱାର ଏବଂ ମିତାଲିଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା।

ବିଶ୍ୱକପ୍‌ ପୂର୍ବରୁ ବିସିସିଆଇ ପାୱାରଙ୍କ ସହ କୋଚ୍‌ ପଦବୀ ପାଇଁ ଚୁକ୍ତି କରିଥିଲା। ଆଜି ଏହି ଅବଧି ଶେଷ ହୋଇଛି। ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମିତାଲି ଓ ପାୱାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଟିମ୍‌ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ତେଣୁ ପାୱାରଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରାଯିବ ନାହିଁ।

ବିସିସିଆଇ ଜାଣିବାକୁ ପାଇଛି ଯେ ପାୱାର ବିସିସିଆଇର ଜଣେ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଫୋନ୍‌ କଲ୍‌ ପାଇ ମିତାଲିଙ୍କ ବିରୋଧରେ କାର୍ଯ୍ୟ କରିଥିଲେ। ଟିମ୍‌ ବାହାରୁ ମିତାଲିଙ୍କୁ ବାଦ୍‌ ଦିଆଯିବାକୁ ଚାପ ସୃଷ୍ଟି କରାଯାଇଥିଲେ ହେଁ ପାୱାର ଏହାର ବିରୋଧ କରି ନଥିଲେ। ତେଣୁ ବିସିସିଆଇ ତାଙ୍କ ଉପରେ କ୍ଷୁବ୍ଧ ହୋଇଛି।
ମହିଳା ଟି-୨୦ରୁ ଫେରିବା ପରେ ପାୱାରଙ୍କୁ ବିସିସିଆଇ ଜେରା କରିଥିଲା। ଏହି ସମୟରେ ସେ ମିତାଲିଙ୍କୁ କାହିଁକି ଟିମ୍‌ରୁ ବାଦ୍‌ ଦିଆଗଲା ଏବଂ ସେ ଜଣେ ଓପନର୍‌ ହୋଇଥିବା ବେଳେ କାହିଁକି ଗୋଟିଏ ମ୍ୟାଚ୍‌ରେ ତାଙ୍କୁ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଦିଆଗଲା, ସେନେଇ ପ୍ରଶ୍ନ କରାଯାଇଥିଲା।

ହେଲେ ପାୱାର ଏ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ମିତାଲିଙ୍କୁ ଟିମ୍‌ରୁ ବାଦ୍‌ ଦିଆଯିବା ପୂର୍ବରୁ କୋଚ୍‌ ପାୱାର ତାଙ୍କ ସହ କୌଣସି ଆଲୋଚନା ମଧ୍ୟ କରି ନଥିଲେ। ଏସବୁ ଘଟଣାକୁ ଦେଖି ବିସିସିଆଇ ପାୱାରଙ୍କୁ କୋଚ୍ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ସିଓଏ ସଦସ୍ୟ ଡାଏନା ଇଡୁଲିଜ୍ ଏବେ ମଧ୍ୟ ରମେଶ ପାୱାରଙ୍କୁ ସମର୍ଥନ କରିଛନ୍ତି।



from Odisha Reporter https://ift.tt/2rdR9ir

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages