ଭଗତ ସିଂହଙ୍କୁ ଆତଙ୍କବାଦୀ କହିଲେ ପ୍ରଫେସର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ଭଗତ ସିଂହଙ୍କୁ ଆତଙ୍କବାଦୀ କହିଲେ ପ୍ରଫେସର୍‌

ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କୁ ଜମ୍ମୁ-କଶ୍ମୀର ବିଶ୍ୱ ବିଦ୍ୟାଳୟର ଜୈନିକ ପ୍ରଫେସର ଆତଙ୍କବାଦୀ ବୋଲି ସମ୍ବୋଧନ କରି ଅଡ଼ୁଆରେ ପଡ଼ିଛନ୍ତି। ଯେଉଁ ଭଗତ ସିଂହ ଦେଶ ପାଇଁ ଜୀବନ ଦେଇଥିଲେ ତାଙ୍କୁ ଏଭଳି କହି ଅପମାନିତ କରିଥିବାରୁ ଉକ୍ତ ପ୍ରଫେସରଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।
ବିଶ୍ୱ ବିଦ୍ୟାଳୟର ରାଜନୀତିକ ବିଭାଗର ପ୍ରଫେସର ତାଜୁଦ୍ଦିନ ଶ୍ରେଣୀରେ ପିଲାମାନଙ୍କୁ ପାଠ ପଢ଼ାଉଥିବା ବେଳେ ହଠାତ୍‌ ଭଗତ ସିଂହଙ୍କୁ ଆତଙ୍କବାଦୀ ବୋଲି କହିଥିଲେ।

ତେବେ ଏହାକୁ ଶ୍ରେଣୀରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ବିରୋଧ କରିବା ସହ ପ୍ରଫେସରଙ୍କ ନାଁରେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ପ୍ରଫେସର ଜଣଙ୍କ କ୍ଷମା ମାଗିଥିଲେ ହେଁ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଏଥିସହ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2Qv1mF6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages